ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ଭାଳୁଥିବା SPG ର ନିର୍ଦ୍ଦେଶକ ଆଇପିଏସ ଅରୁଣ କୁମାର ସିହ୍ନାଙ୍କ ପରଲୋକ, ଲିଭର ଜନିତ ସମସ୍ୟାରେ ଥିଲେ ପୀଡିତ

ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (SPG) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସପିଜି ଗ୍ରୁପର ମୁଖ୍ୟ ଥିଲେ ଶ୍ରୀ ସିହ୍ନା । ଲିଭରଜନିତ ସମସ୍ୟାରେ ପୀଡିତ ହୋଇ ଗତ ୪ ତାରିଖରେ ହସପିଟାଲରେ ଭର୍ତ୍ତି ହୋଇଥିଲେ ।

ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ (SPG) ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ପରଲୋକ ହୋଇଛି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ସିହ୍ନା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଗତ ୨୦୧୬ ମସିହା ପରଠାରୁ ସେ ଏସପିଜି ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିଲେ । ଶ୍ରୀ ସିହ୍ନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗ ଦାୟିତ୍ୱରେ ରହିଥିଲେ ।

୧୯୮୭ ମସିହାର କେରଳ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଶ୍ରୀ ସିହ୍ନାଙ୍କ ଲିଭରରେ ସମସ୍ୟା ଦେଖାଦେବାରୁ ଗତ ୪ ତାରିଖରେ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ନିକଟରେ ଶ୍ରୀ ସିହ୍ନାଙ୍କର କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଥିଲା । ସେ କେରଳର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।

ଏଥିସହିତ ସେ ସୀମା ସୁରକ୍ଷା ବଳରେ ଏକ ବର୍ଷ କାର୍ଯ୍ୟ କରିଥିଲେ । ସେ ମହିଳାଙ୍କ ସୁରକ୍ଷା ଓ ଅଣବାସିନ୍ଦା ଭାରତୀୟଙ୍କ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ । ସେ ନିଜ କ୍ୟାରିୟରର ଅଧିକାଂଶ ସମୟରେ ରାଜ୍ୟରେ ବିତାଇଥିଲେ । ୧୯୮୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ୧୯୮୮ରେ ସଂସଦରେ ଏସପିଜି ଆକ୍ଟ ପାରିତ କରାଯାଇ ଏସପିଜି ଗଠନ କରାଯାଇଥିଲା । କୌଣସି ପ୍ରଧାନମନ୍ତ୍ରୀ ପଦ ଛାଡିବାର ୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ସୁରକ୍ଷା ଏସପିଜି କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.