Below header

ରେଳଟ୍ରାକରେ ଖଟ ପକାଇ ଶୋଇପଡିଲେ ବ୍ଯକ୍ତି, ତା’ ପରେ ରାଜଧାନୀ ଏକ୍ସପ୍ରେସ କଲା ଏମିତି କିଛି

ଶୁକ୍ରବାର ବିଳମ୍ବିତ ରାତିରେ ହାୱଡା ମୁଖ୍ୟ ରେଳ ଲାଇନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବ୍ୟକ୍ତି ରେଳ ଟ୍ରାକ ଉପରେ ଖଟ ପକାଇ ଶୋଇପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଖାସ୍ ଏହି କାରଣରୁ ରାଜଧାନୀ ଏକ୍ସପ୍ରେସ ପରି ଟ୍ରେନକୁ ଅଟକାଇବାକୁ ପଡିଥିଲା । ଶୁକ୍ରବାର ଦିନ ପଣ୍ଡିତ ଜୟନ୍ତୀ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତି ପାଟନା ଜଙ୍କସନ ରେଳ ବ୍ଲକରେ ଅବସ୍ଥିତ ବନାହି ଷ୍ଟେସନ ନିକଟରେ ଥିବା ଗ୍ରାମୀଣ ମୁଖ୍ୟ ରେଳ ଲାଇନରେ ଖଟିଆ ପକାଇ ସୋଇଯାଇଥିଲେ । ଏହି ପୂରା ଘଟଣାଟି ଦାନାପୁର ରେଳ ବିଭାଗ ଅଧୀନରେ ଥିବା ଆରା ଜଙ୍କସନ ଏବଂ ବକ୍ସାର ଷ୍ଟେସନ ମଧ୍ୟରେ ହୋଇଥିଲା । ଏହି ଖବରଟି ସାମ୍ନାକୁ ଆସିବା ପରେ ସମଗ୍ର ରେଳବାଇରେ ଉତ୍ତେଜନା ଦେଖାଦେଇଥିଲା ।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଭୋଜପୁର ଜିଲ୍ଲାର ବାନାହି ଏବଂ ବକ୍ସାର ଜିଲ୍ଲାର ରଘୁନାଥପୁର ମଧ୍ୟରେ ଜଣେ ବ୍ୟକ୍ତି ଖଟିଆ ପକାଇ ରେଳ ଟ୍ରାକରେ ଶୋଇପଡ଼ିଥିଲେ, ଯେଉଁଥିପାଇଁ ରାଜଧାନୀ ଏକ୍ସପ୍ରେସକୁ ବନ୍ଦ କରିବାକୁ ପଡିଥିଲା। ଏହା ପରେ ବ୍ୟକ୍ତି ଜଣଙ୍କ କେଉଁ ଆଡେ ଅଦୃଶ୍ୟ ହୋଇଗଲେ, ଯାହା ଦ୍ୱାରା ତାଙ୍କୁ ଚିହ୍ନଟ କରାଯାଇପାରିଲା ନାହିଁ ।

ଏହି ସମୟ ମଧ୍ୟରେ, 02309 UP ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀରୁ ରାଜେନ୍ଦ୍ର ନାଗ ଟର୍ମିନାଲରୁ ବାନାହି ଷ୍ଟେସନ ଦେଇ ଯିବାକୁ ପ୍ରସ୍ତୁତ ଥିବା ବେଳେ ଏହି ସୂଚନା ପାଇବା ପରେ ରାଜଧାନୀ ଏକ୍ସପ୍ରେସକୁ ବାନାହି ସେହି ଷ୍ଟେସନରେ ଅଟକାଯାଇଥିଲା।

ଅନ୍ୟପଟେ ଷ୍ଟେସନ ମାଷ୍ଟର ବିହିୟା ଅଖିଲେଶ କୁମାର କହିଛନ୍ତି ଯେ, ଯେତେବେଳେ ରାଜଧାନୀ ଏକ୍ସପ୍ରେସ ବନାହି ଷ୍ଟେସନରୁ ରଘୁନାଥପୁର ଷ୍ଟେସନ ଅଭିମୁଖେ ଯାତ୍ରା କଲା, ସେତେବେଳେ ଟ୍ରାକଟି ଖାଲି ପଡିଥିଲା ଏବଂ ଖାଟିଆକୁ ଟ୍ରାକ୍ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା । ଖଟିଆ ଉପରେ କିଏ ଶୋଇଥିଲା ତାହା ଜଣା ପଡିନଥିଲା ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.