Below header

Paytm ୟୁଜର୍ସ ଫ୍ରଡ cashback ଅଫରଠୁ ରଖନ୍ତୁ ନିଜକୁ ସତର୍କ, ନଚେତ୍ ଆପଣଙ୍କ ଆକାଉଣ୍ଟ ହୋଇଯିବ ଖାଲି

ଡିଜିଟାଲ ଯୁଗରେ ଆଜିକାଲି ସମସ୍ତେ ଅତି ସହଜରେ ସବୁ କାମ କରି ପାରୁଛନ୍ତି । ଏହି ସମୟରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ତା’ ସହିତ ସାଇବର କ୍ରାଇମ ମଧ୍ୟ ବଢ଼ିବାରେ ଲାଗିଛି । ସାଇବର ଫ୍ରଡ ମାମଲା ଦେଶରେ ବହୁ ମାତ୍ରାରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ପପୁଲାର ପେମେଣ୍ଟ ଆପ Paytmର ୟୁଜର୍ସଙ୍କୁ ଟାର୍ଗେଟ କରାଯାଉଛି ।

ଏବେ ଏକ ନୂଆ କ୍ୟାସବ୍ୟାକ ଅଫର ମାଧ୍ୟମରେ Paytm ୟୁଜର୍ସଙ୍କୁ ଟାର୍ଗେଟ କରି ତାଙ୍କ ଆକାଉଣ୍ଟକୁ ଖାଲି କରୁଛନ୍ତି । ଏହାର ଶିକାର ବନୁଛନ୍ତି Paytm ୟୁଜର୍ସ । ଯଦି ଆପଣ ଏହି ଆପ ବ୍ୟବହାର କରୁଛନ୍ତି ତେବେ ଆପଣ ମଧ୍ୟ ଏହି ସ୍କିମ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ , କେତେକ ୟୁଜର୍ସଙ୍କୁ କ୍ରୋମ ବ୍ରାଉଜରରେ ପେଟିଏମ କ୍ୟାସବ୍ୟାକ ଅଫରର ନୋଟିଫିକେସନ ଆସୁଛି । ଯେଉଁଥିରେ ଲେଖାହୋଇଛି ‘Congratulations! you have won Paytm Scratch Card’ । ଏହାକୁ ଦେଖି ଯଦି ଜଣେ ୟୁଜର ଏହି ନୋଟିଫିକେସନକୁ କ୍ଲିକ କରିବ, ତେବେ ପେଟିଏମ –କ୍ୟାସଫର.କମ ୱେବସାଇଟ ଖୋଲିଯିବ ।

ଏହା ପେଟିଏମର ଅଫିସିଆଲ ସାଇଟ ଭଳି ଦେଖାଯାଏ । କିନ୍ତୁ ପ୍ରକୃତରେ ଏହା ଫେକ । ଏହି ଫ୍ରଡ ସାଇଟରେ ଏକ କୁପନ ଭଳି ରହିଥାଏ । ଯାହାକୁ ସ୍କ୍ରାଚ କଲାପରେ କ୍ୟାସବ୍ୟାକର ମୂଲ୍ୟ ଦେଖାଇବ । ଏହି ରାଶି ପ୍ରତି ଥର ପରିବର୍ତ୍ତନ ହୋଇଥାଏ । ଏହାର ତଳେ Send Reward to Paytm ବଟନ ମଧ୍ୟ ରହିଥାଏ । ଯଦି ଆପଣ ଏହାର ସବୁ ଷ୍ଟେପକୁ କ୍ଲିୟର କରି ଚାଲିବେ ତେବେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ ।

ତେଣୁ ଏହାକୁ ଧ୍ୟାନରେ ଆମେ ଆପଣଙ୍କୁ ସତର୍କ କରାଇଦେଉଛୁ । ଯଦି ଆପଣ Paytm ୟୁଜର୍ସ ହୋଇଥାନ୍ତି ତେବେ ଏହି ପ୍ରକାର ଫ୍ରଡ ସ୍କିମଠୁ ନିଜକୁ ସତର୍କ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.