ପାଟନାରେ ରେଡ ଆଲର୍ଟ: ଲୁ ଯୋଗୁଁ ଗଲାଣି ୧୬ ଜଣଙ୍କ ଜୀବନ, ଅନେକ ଗୁରୁତର

ପାଟନାରେ ରେର୍ଡ ଆଲର୍ଟ । ଲୁ ଯୋଗୁଁ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକଙ୍କ ସ୍ଥିତି ଗମ୍ଭୀର ରହିଛି । ଅନେକ ସ୍ଥାନର ତାପମାତ୍ର ୪୫ ଡିଗ୍ରୀ ପାଖାପାଖି ରହିଛି।

ଭାରତର ଅଧିକାଂଶ ରାଜ୍ୟରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି । ପ୍ରବଳ ଗରମ ଏବଂ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ବିହାର ପାଟନା ସମେତ ଅନେକ ଜିଲ୍ଲାରେ ଲୁ ବୋହିବାରୁ ୧୬ ଜଣଙ୍କ ଜୀବନ ଚାଲିଯାଇଛି ।

ପାଟନା ସମତେ ଅନେକ ସ୍ଥାନରେ ତାପମାତ୍ରା ୪୦-୪୩ ଡିଗ୍ରୀ ସେଲସିୟସ ରହିଛି । ପାଣିପାଗ କେନ୍ଦ୍ର ଅନୁଯାୟୀ, ପାଟନା ସମତେ ରୋହତାସ, ଔରାଙ୍ଗାବାଦ, ଭୋଜପୁର, ଅରୁୱଲ ଲୁକୁ ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି ।

ପାଟନା, ନାଳନ୍ଦା, ଶେଖପୁରା, ବାଙ୍କା, ବେଗୁସରାୟ, ଲକ୍ଷ୍ମୀସରାୟ, ଖଗାଡିୟା, ଜମୁଇ, ଜହାନାବାଦ, ଗୟା, ଭାଗଲପୁର ପାଇଁ ଲୁ କୁ ନେଇ ଚେତାବନୀ ଜାରି କରାଯାଇଛି । ରାଜ୍ୟରେ ଉତ୍ତରପୂର୍ବ ଏବଂ ଉତ୍ତରମଧ୍ୟ ଭାଗର କିଛି ଜିଲ୍ଲାରେ ବଜ୍ରପାତ ସହିତ ସାମାନ୍ୟ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଲୁ ଯୋଗୁଁ ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ବାଙ୍କା ଅରୱଲରେ ୪ ଜଣ, ଔରାଙ୍ଗାବାଦରେ ୩, ଭୋଜପୁରରେ ୨, ଜହାନାବାଦ, ଜମୁଇ ଏବଂ ଭାଗଲପୁର ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି ।

ବାଙ୍କାର ସଦର ହସପିଟାଲରେ ମାତ୍ର ୨ ଘଣ୍ଟାରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଡାକ୍ତର ଏହାକୁ ନେଇ କିଛି ସ୍ପଷ୍ଟୋକ୍ତି କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.