Below header

କ୍ୟାରିଅର ଆରମ୍ଭରେ କିପରି ନିଜର ପରିଚୟ ଦେଇଥିଲେ ଧୋନି, ପୁରୁଣା ଭିଡିଓ ଭାଇରଲ

ମହେନ୍ଦ୍ର ସିଂ ଧୋନିଙ୍କ ପୁରୁଣା ଭିଡିଓ ଭାଇରଲ । କ୍ୟାରିଅର ଆରମ୍ଭ ବେଳେ କିଭଳି ନିଜ ପରିଚୟ ଦେଇଥିଲେ, ତା’ର ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓ ଦେଖି ଫ୍ୟାନ୍ସ ହେଉଛନ୍ତି ଖୁସି ।

ମହେନ୍ଦ୍ର ସିଂ ଧୋନିଙ୍କର କୁଲ୍‌ ଅନ୍ଦାଜ ଏବଂ ଷ୍ଟାଇଲ ଯୋଗୁଁ ପିଲାଙ୍କ ଠାରୁ ଯୁବପିଢିଙ୍କ ପର୍ଯ୍ୟନ୍ତ ସମସ୍ତେ ଜାଣନ୍ତି । ପଡିଆରେ ତାଙ୍କର କୁଲ୍‌ ଅନ୍ଦାଜ ଯୋଗୁଁ ଫ୍ୟାନ୍ସ ତାଙ୍କୁ କ୍ୟାପଟେନ କୁଲ୍‌ ବୋଲି ଡାକନ୍ତି । ଟେଷ୍ଟ, ଦିନିକିଆ ଅବା ଟି-୨୦ ମ୍ୟାଚ୍‌ ହେଉ ସବୁଥିରେ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟାକରନ୍ତି । ତେବେ ଏବେ ଧୋନିଙ୍କର ଏକ ଭିଡିଓ ଭାଇରଲ ହେଉଛି । ଏହି ଭିଡିଓଟି ଧୋନି ପ୍ରଥମେ କ୍ରିକେଟ ଦୁନିଆରେ ପାଦ ରଖିବାର ଭିଡିଓ ରହିଛି ।

ଭିଡିଓରେ ଧୋନି ନିଜର ପରିଚୟ ଦେଉଛନ୍ତି । କହୁଛନ୍ତି ‘ ହାଏ, ମୁଁ ଏମ୍‌ ଏସ ଧୋନି… ୱିକେଟ କିପର ଏବଂ ଡାହାଣହାତୀ ବ୍ୟାଟସମ୍ୟାନ । ଭିଡିଓଟି ଧୋନିଙ୍କ ବର୍ଷ ୨୩ ରୁ ୨୬ ବର୍ଷ ମଧ୍ୟରେ ରହିଛି । ସେ ଭିଡିଓରେ ନିଜକୁ ଧୋନି ବୋଲି କହୁଛନ୍ତି । କେବେ ବି ମହେନ୍ଦ୍ର ସିଂ ଧୋନି, କି ଏମଏସ ଧୋନି ବୋଲି କହିନାହାନ୍ତି ।


ଭିଡିଓଟି ଅନେକ ଦିନ ତଳର । ଯେତେବେଳେ ଧୋନି କ୍ରିକେଟ ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ସେତେବେଳେ ଏହି ଭିଡିଓ ସୁଟ୍‌ କରାଯାଇଥିଲା । ଯାହା ଏବେ ଭାଇରଲ ହେବାରେ ଲାଗିଛି । ଫ୍ୟାନ୍ସ ଏହି ଭିଡିଓକୁ ଦେଖି ଖୁସି ହେଉଛନ୍ତି।

ଫ୍ୟାନ୍ସ ଧୋନି ଏବଂ ଶ୍ରୀସନ୍ଥଙ୍କର ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଧୋନି ବାଇକରେ ଶ୍ରୀସନ୍ଥ ପଛରେ ବସାଇ ଯାଉଥିବାର ଦେଖିବାକୁ ମିଳିଛି । ସେମାନେ ଟ୍ରାଫିକ ସିଗନାଲରେ ଅଟକିବା ପରେ ଫ୍ୟାନ୍ସ ତାଙ୍କର ଫଟୋ ଉଠାଇଥିଲେ ।

ତେବେ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି । ୨୦୨୩ ଆଇପିଏଲ୍‌ ପରେ ଧୋନି ସନ୍ନ୍ୟାସ ନେବେ ବୋଲି ଖବର ଆସୁଥିଲା । କିନ୍ତୁ ଏହାକୁ ନେଇ କିଛି ସ୍ପଷ୍ଟୋକ୍ତି କରିନାହାନ୍ତି ଧୋନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.