Below header

ରେଲୱେ ଷ୍ଟେସନ୍‌ରେ ମୋବାଇଲ୍ ଲୁଟେରାଙ୍କ ପିଛା କରିବାକୁ ଯାଇ କିଭଳି ହେଲା ବ୍ୟକ୍ତିଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ଦେଖନ୍ତୁ EXCLUSIVE VIDEO…

ମାୟାନଗରୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ରେଲୱେ ଷ୍ଟେସନ୍‌ରେ ଘଟିଛି ଏକ ଏପରି ଘଟଣା, ଯାହା ଆପଣଙ୍କ ଛାତି ଥରାଇଦେବ। ମୋବାଇଲ୍ ଲୁଟେରାଙ୍କ ପିଛା କରିବାକୁ ଯାଇ କିଭଳି ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି, ତାହାର ଏକ EXCLUSIVE VIDEO ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ଘଟଣାଟି ଘଟିଛି, ମୁମ୍ବାଇର ଚର୍ନି ରୋଡ୍ ରେଲୱେ ଷ୍ଟେସନ୍‌ରେ। ଏଭଳି ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି, ଗୋରେଗାଓଁର ସକିଲ ଗଫର ଶେଖ୍। ଗତ ରବିବାର ସକାଳେ ସକିଲ ନିଜର ଦୁଇ ସାଙ୍ଗଙ୍କ ସହ ଚର୍ନି ରୋଡ୍ ଷ୍ଟେସନ୍‌ରୁ ଚର୍ଚ୍ଚଗେଟ୍ ଯିବା ପାଇଁ ଏକ ଲୋକାଲ୍ ଟ୍ରେନରେ ଉଠିଥିଲେ। ତିନିଜଣ ଯାକ ଦକ୍ଷଣ ମୁମ୍ବାଇରେ ଥିବା ଏକ ପଞ୍ଚତାରକା ହୋଟେଲରେ ଡ୍ରାଇଭର ଭାବେ କାମ କରନ୍ତି। ସମସ୍ତେ କାମକୁ ଯିବା ଲାଗି ଟ୍ରେନ ଧରିଥିଲେ।

ସକାଳ ୬.୪୩ରେ ଘଟିଥିଲା ଘଟଣା

ରବିବାର ଥିବାରୁ ଷ୍ଟେସନ୍‌ ଏବଂ ଟ୍ରେନରେ ଭିଡ଼ ବହୁତ କମ୍ ଥିଲା। ଏହାର ସୁଯୋଗ ନେଇ ଜଣେ ମୋବାଇଲ୍ ଲୁଟେରା ସକିଲଙ୍କ ହାତରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲେ। ଜିଆରପି ଚର୍ଚ୍ଚଗେଟ୍ ଇନ୍ସପେକ୍ଟର ଅଭୟ ହାରୋଲିକରଙ୍କ କହିବାନୁଯାୟୀ, ତିନିଜଣ ସାଙ୍ଗ ମଲାଡ-ଚର୍ଚ୍ଚଗେଟ୍ ଟ୍ରେନର ୫ମ ବଗିରେ ଥିଲେ। ବୋରିବଲିଠାରୁ ଏହି ଟ୍ରେନ ଫାଷ୍ଟ ଲୋକାଲରେ ବଦଳି ଯାଇଥାଏ। ସକାଳ ୬.୪୩ରେ ସମସ୍ତେ ବଗିର ଗେଟ୍ ପାଖରେ ଛିଡ଼ା ହୋଇଥିଲେ।


ଏଭଳି ଥିଲା ଦୁର୍ଘଟଣା

ଟ୍ରେନ୍ ଚର୍ନିରୋଡ୍ ରେଲୱେ ଷ୍ଟେସନ୍‌ରେ ପହଞ୍ଚିଲା ଏବଂ ଯେତେବେଳେ ଗତି କରିବା ଆରମ୍ଭ କଲା, ଏହି ସମୟରେ ଜଣେ ଲୁଟେରା ସକିଲଙ୍କ ହାତରୁ ମୋବାଇଲ୍ ଫୋନ୍ ଝାମ୍ପି ନେଇ ଟ୍ରେନରୁ କୁଦି ପଡ଼ିଲେ। ଏହା ଦେଖି ସକିଲ ମଧ୍ୟ କାଳ ବିଳମ୍ବ ନ କରି ଚୋରକୁ ଧରିବା ପାଇଁ ଟ୍ରେନରୁ ଡେଇଁ ପଡ଼ିଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଟ୍ରେନର ଯେଉଁ ବଗିରେ ସକିଲ ଓ ଦୁଇ ସାଙ୍ଗ ଥିଲେ, ସେହି ବଗି ପ୍ଲାଟଫର୍ମ ପ୍ରାୟତଃ ଅତିକ୍ରମ କରିସାରିଥିଲା। ସକିଲ ଯେତେବେଳେ ଡେଇଁଲେ, ସେତେବେଳେ ତାଙ୍କର ଗୋଟିଏ ଗୋଡ଼ ପ୍ଲାଟଫର୍ମ ଉପରେ ପଡ଼ିଥିଲା ଏବଂ ସେ ଗୁରୁତର ଭାବେ ଘୋଷାଡ଼ି ହୋଇ ପ୍ଲାଟଫର୍ମ ତଳକୁ ଗଳି ପଡ଼ିଥିଲେ।

କିଛି ସେକେଣ୍ଡ ମଧ୍ୟରେ ଘଟିଗଲା ଘଟଣା

ପ୍ଲାଟଫର୍ମ ତଳକୁ ଖସିପଡ଼ିବା ପରେ ସେ ଏପରି ଭାବେ ଟ୍ରାକ୍ ଉପରକୁ ଆସିଯାଇଥିଲେ ଯେ ଟ୍ରେନର ବାକି ବଗି ତାଙ୍କ ଉପରେ ଚଢ଼ି ଯାଇଥିଲା। ସକିଲଙ୍କ ସାଙ୍ଗ ଆରିଫ୍ ଖାନ୍ ପୋଲିସକୁ କହିଛନ୍ତି, ପୂରା ଘଟଣା ଏତେ ଜଲଦି ଘଟିଗଲା କି ଏହା ବିଷୟରେ ଭାବିବାକୁ ସମୟ ମିଳିଲାନି। ଯେତେବେଳେ ସେମାନେ ଘଟଣା ଜାଣିବାକୁ ପାଇଲେ, ବହୁତ ଡେରି ହୋଇ ସାରିଥିଲା। ତୁରନ୍ତ ସେମାନେ ଟ୍ରେନର ଚେନ୍ ଟାଣିଥିଲେ, ହେଲେ ଟ୍ରେନ ସେଠାରେ ନ ରହି ମରିନ୍ ଲାଇନ୍ ଷ୍ଟେସନ୍‌ରେ ଯାଇ ଅଟକିଥିଲା।

ଏହାସହ ପଢ଼ନ୍ତୁ : ବୃଦ୍ଧ ଦମ୍ପତିଙ୍କୁ ଘରୁ ବାହାର କରିବା ପାଇଁ ଯୋଜନା କରୁଥିଲା ପୁଅ, ବାପା-ମା’ ଭିଡିଓ ଜରିଆରେ ସାହାଯ୍ୟ ପାଇଁ କଲେ…

ସାଙ୍ଗମାନେ ଆସିବା ପୂର୍ବରୁ ରେଲୱେ ଅଧିକାରୀ ଆହତ ସକିଲଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଜିଆରପି ଇନ୍ସପେକ୍ଟରଙ୍କ ସୂଚନାନୁଯାୟୀ, ଘଟଣାରେ ସମ୍ପୃକ୍ତ ଉକ୍ତ ଲୁଟେରା ବିରୋଧରେ ମୋବାଇଲ୍ ଲୁଟ୍ ନେଇ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ତାଙ୍କୁ ଧରିବା ପାଇଁ ଦକ୍ଷିଣ ମୁମ୍ବାଇର ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଛି। ସ୍ଥାନୀୟ କ୍ରାଇମବ୍ରାଞ୍ଚ ଟିମ୍ ସହ ଅନ୍ୟ ୧୦ ପୋଲିସ ଅଧିକାରୀ ମଧ୍ୟ ଘଟଣାର ତଦନ୍ତ ଚଳାଇଛନ୍ତି।

mobile lutera

ସିସିଟିଭିରେ କଏଦ ପୂରା ଦ୍‌ଶ୍ୟ

ଘଟଣାର ସିସିଟିଭି ଫୁଟେଜ୍ ପୋଲିସ ହାତକୁ ଆସିଛି। ଫୁଟେଜରେ ଲୁଟେରାଙ୍କ ମୁହଁ ବି ଦେଖାଯାଉଛି। ପୋଲିସ ନିଜ ପାଖରେ ଥିବା ମୋବାଇଲ୍ ଲୁଟେରା ଓ ଚୋରମାନଙ୍କ ମୁହଁ ସହ ତାଙ୍କ ମୁହଁ ମିଳାଇ ଚିହିଁବାର ପ୍ରୟାସ ଜାରି ରଖିଛି। ଅନ୍ୟପକ୍ଷରେ ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ରେଲୱେ ଅଧିକାରୀ ଘଟଣାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.