ବାହୁଡା ଯାତ୍ରା ନସରୁଣୁ ଚିରିଗଲା ଦୁଇ ରଥର କନା

ପୁରୀ ଶ୍ରୀକ୍ଷେତ୍ରରେ ଥିବା ୩ ରଥ ମଧ୍ୟରୁ ଦୁଇଟି ରଥର କନାଗୁଡିକ ଚିରି ଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ସୁଭଦ୍ରାଙ୍କ ଦର୍ପଦଳନ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥର କନା ପବନରେ ଉଡି ଚିରିଯାଇଛି। ଦୁଇଟି ରଥର ଏହି କନା ନଷ୍ଟ ହେବାକୁ ବସିଥିବା ବେଳେ ଏନେଇ ଭକ୍ତମାନେ ପ୍ରତିକ୍ରିୟା ରଖିଛନ୍ତି।

ନିମ୍ନମାନର କନା କିମ୍ବା ଦର୍ଜ୍ଜୀ ସେବାୟତମାନେ ଠିକ୍ ଭାବେ ସିଲାଇ କରିନଥିବାରୁ ଏପରି ସ୍ଥିତି ଉପୁଜିଛି। ତେଣୁ ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ନୀତି ପ୍ରଶାସକ ଆଜି ରଥ କନା ଚିରି ଯାଇଥିବା ଦେଖିବା ପରେ ଏହାର ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି। ଅନ୍ୟପଟେ ବ୍ୟାରିକେଡ଼ିଂ ଯୋଗୁ ସୁଭଦ୍ରାଙ୍କ ରଥକୁ ଭକ୍ତମାନେ ଛୁଇଁ ପାରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.