ଓଡ଼ିଶା ରାଜନୀତିରେ ସୃଷ୍ଟି ହେଉଛି କି ନୂଆ ଅଧ୍ୟାୟ ?କେନ୍ଦ୍ରରେ ସମର୍ଥନ, ରାଜ୍ୟରେ ଲଢେଇ

ରାଜ୍ୟ ରାଜନୀତିରେ ଏକ ନୂଆ ଯୁଗର ସୃଷ୍ଟି ହୋଇଛି କି? ରାଜ୍ୟର ବିଜେଡି ସରକାର ଓଡ଼ିଶାରେ ବିଜେପି ସହ ଲଢେଇ କରୁଛନ୍ତି, କିନ୍ତୁ କେନ୍ଦ୍ରରେ ବିଜେପିକୁ ଗଠନମୂଳକ ସହଯୋଗ କରୁଛି। ଏହି ନୂଆ ଦିଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାଟକୁରା ପାଇଁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟ ଘମାସାନ। ବିଜେପିକୁ ହରାଇକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ସେପଟେ ବିଭିନ୍ନ ବିଲ୍ ପ୍ରସଙ୍ଗରେ ସଂସଦରେ ବିଜେପିକୁ ସମର୍ଥନ କରୁଛି ଦଳ।

ଗତକାଲି ଦୁଇଟି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ପାଟକୁରାରେ ବିଜେପିକୁ ହରାଇବାକୁ ବିଜେଡିର ରଣନୀତି ତିଆର ହୋଇଥିଲା। ଅନ୍ୟପଟେ, ବିଜେପି ସରକାରଙ୍କ ଆଧାର ସଂଶୋଧନ ବିଲ୍କୁ ସମର୍ଥନ କରିଥିଲା ବିଜେଡି। ରାଜ୍ୟସଭାରେ ଏନଡିଏ ସରକାର ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ବିଜେଡି ସମର୍ଥନ ନଥିଲେ ବିଲ୍ ପାସ୍ ହୋଇ ପାରିନଥାନ୍ତା। ଏହି ବିଲ୍ ପାସ ହେବା ପରେ, ସ୍ୱେଚ୍ଛାକୃତ ଭାବେ ଜଣେ ଆଧାର ବ୍ୟବହାର କରିପାରିବ।

ପାଟକୁରା ନିର୍ବାଚନ ପାଇଁ ବିଜେଡିର ଏକାଧିକ ମନ୍ତ୍ରୀ ଓ ବିଧାୟକ ପାଟକୁରା ଯାଇ ପ୍ରଚାର କରୁଛନ୍ତି । ପଂଚାୟତ ସ୍ତରରେ ବୈଠକ ଚାଲିଛି । ୩୦ରୁ ୪୦ହଜାର ବ୍ୟବଧାନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ବିଜୟୀ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ସାଂସଦ ମହେଶ ସାହୁ କହିଛନ୍ତି, ସଂସଦରେ ବିଲ୍କୁ ସମର୍ଥନ କରାଗଲା। କିନ୍ତୁ ନିର୍ବାଚନରେ ଆମେ ଲଢିବୁ କେନ୍ଦ୍ରରେ ଗଠନ ମୂଳକ ସହଯୋଗ। କିନ୍ତୁ ରାଜ୍ୟରେ ତୃଣମୂଳ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀତା। ଓଡ଼ିଶା ରାଜନୀତିରେ ଏକ ନବ ଯୁଗ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.