Below header

ସିସିଟିଭିରୁ ତୁରନ୍ତ ମିଳିବ ଅପରାଧୀଙ୍କ ତଥ୍ୟ, ଏନ୍‌ସିଆରବି ଆଣୁଛି ଏମିତି ଏକ ଟେକ୍ନୋଲୋଜି

ଅନେକ ସମୟରେ ସିସିଟିଭି ଭିଡିଓରୁ ଅପରାଧୀଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡ଼େ । ତେବେ ନେସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ (NCRB) ଏବେ ଅଟୋମେଟେଡ଼ ଫେସିଆଲ ରେକଗନେସନ ସିଷ୍ଟମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାହା ସାହାଯ୍ୟରେ ସରକାରୀ ଡାଟାବେସରେ ଥିବା ଫଟୋ ଓ ଭିଡିଓରୁ ଲୋକମାନଙ୍କୁ ଚିହ୍ନଟ କରାଯାଇ ପାରିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ଏଥିରେ ଅପରାଧ ରେକର୍ଡ଼ ଥିବା ବ୍ୟକ୍ତିର ଭିଜୁଆଲ ବା ଫଟୋ ଆସେ ଓ ଏହା ପୁରୁଣା ଡାଟା ସହିତ ମ୍ୟାଚ୍‌ କରେ ତେବେ ତୁରନ୍ତ ସତର୍କ ସୂଚନା ମିଳିଯିବ ।
ଅଟୋମେଟିକ୍ ଫେସିଆଲ ରେକଗନେସନ ସିଷ୍ଟମ ଇଣ୍ଟରନେଟ ଦ୍ୱାରା ଚାଲିଥାଏ । ଏହାର କଣ୍ଟ୍ରୋଲ ରୁମ୍‌ ନୂଆଦିଲ୍ଲୀ ସ୍ଥିତ NCRB ଡାଟା ସେଣ୍ଟରରେ ରହିବ । ତେବେ ଏହାକୁ ଦେଶର ବିଭିନ୍ନ ଥାନା ସହିତ ସଂଯୋଗ କରାଯିବ । ଏଥିରେ କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ ଆଣ୍ଡ ସିଷ୍ଟମ (CCTNS )ର ବ୍ୟବହାର କରାଯିବ । ଏହି ସିଷ୍ଟମ ଅନୁସାରେ ଅପରାଧୀ ସିସିଟିଭି ମଧ୍ୟରେ ଆସିଲା ମାତ୍ରେ ହିଁ ବ୍ଳାକଲିଷ୍ଟରେ ଥିବା ଲୋକମାନଙ୍କ ତାଲିକାରୁ ତାର ଫଟୋ ଚିହ୍ନଟ କରି ଆଲର୍ଟ ପଠାଇବ । ଏହି ସିଷ୍ଟମରେ ଫଟୋ ଅପଲୋଡ୍‌ କରିବାର ସୁବିଧା ମଧ୍ୟ ଉପଲବ୍ଧ ରହିବ । ପାସପୋର୍ଟ, ଫିଙ୍ଗର ପ୍ରିଣ୍ଟ ସେନ୍ସର ବା ଡାଟାବେସ ଦ୍ୱାରା ଅପରାଧୀର ଫଟୋକୁ ମିଳାଇବାରେ ସାହାଯ୍ୟ କରିବ ।
ଅଟୋମେଟିକ ଫେସିଆଲ ରେକଗନେସନ ସିଷ୍ଟମ ଫଟୋ, ବୟସ, ଚଷମା, ଦାଢ଼ି , ଚିହ୍ନ, ଟାଟୁ ଦ୍ୱାରା ଲୋକମାନଙ୍କୁ ଚିହ୍ନଟ କରିବ । ଏହା ସହିତ ଏହି ନୂଆ ବ୍ୟବସ୍ଥାରେ ହଜି ଯାଇଥିବା ଲୋକଙ୍କୁ ଖୋଜି ହେବ ।
ବର୍ତ୍ତମାନ ଅଟୋମେଟେଡ଼ ଫେସିଆଲ ରେକଗନେସନକୁ ନେଇ ପ୍ରଶ୍ନ ଉଠୁଛି । ଏହାର ଦୁରୁପଯୋଗ ମଧ୍ୟ ହୋଇପାରେ । ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ବି ଏହା ପ୍ରଭାବିତ କରିବାର ଆଶଙ୍କା ରହିଛି । ନିକଟରେ ଆମେରିକାର ସାନ୍‌ ଫ୍ରାନସିସ୍କୋରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ଫେସିଆଲ ରେକଗନେସନ ଉପରେ କଟକଣା ଲଗାଯାଇଥିଲା । ତେବେ ଏହି ବ୍ୟବସ୍ଥା ପାଇଁ ଏନ୍‌ସିଆରବି ବିଭିନ୍ନ ସଂସ୍ଥା ଠାରୁ ଦରଖାସ୍ତ ଆହ୍ଵାନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.