ସୋସିଆଲ ମିଡିଆରେ ଭୁଲ ତଥା ଅତିରଞ୍ଜିତ ଖବର ପୋଷ୍ଟ କରୁଥିଲେ ସାବଧାନ, ଚେକ୍‌ କରିବ PIBର ଫ୍ୟାକ୍ଟ ଚେକ୍ ୟୁନିଟ୍

ଅନଲାଇନ୍ ବିଷୟବସ୍ତୁ ଉପରେ ଆଗକୁ ନଜର ରଖିବେ ସରକାର । PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନିକଟରେ ସଂଶୋଧିତ ଆଇଟି ନିୟମ ଅନୁଯାୟୀ ଏହି ତଥ୍ୟ ଯାଞ୍ଚ ୟୁନିଟ୍ ଗଠନ କରାଯାଇଛି ।

ସୋସିଆଲ ମିଡିଆରେ ଭୁଲ ତଥା ଅତିରଞ୍ଜିତ ଖବର ପୋଷ୍ଟ କରୁଥିଲେ ସାବଧାନ । ଏଣିକି ଏପରି ବିଷୟବସ୍ତୁ ଉପରେ ନଜର ରଖିବ, ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ୍ । ଅନଲାଇନ୍ ବିଷୟବସ୍ତୁ ଉପରେ ଆଗକୁ ନଜର ରଖିବେ ସରକାର । PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ଗଠନ ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ନିକଟରେ ସଂଶୋଧିତ ଆଇଟି ନିୟମ ଅନୁଯାୟୀ ଏହି ତଥ୍ୟ ଯାଞ୍ଚ ୟୁନିଟ୍ ଗଠନ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମଧ୍ୟସ୍ଥି ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ନିୟମ, ୨୦୨୧ ଦ୍ୱାରା ପ୍ରଦତ୍ତ କ୍ଷମତାର ପ୍ରୟୋଗରେ, ଯେକୌଣସି ତଥ୍ୟ ଯାଞ୍ଚକୁ ସୂଚିତ କରେ । କେନ୍ଦ୍ର ସରକାରଙ୍କ ଏହି ଫ୍ୟାକ୍ଟ ଚେକିଂ ୟୁନିଟକୁ ୨୦୨୩ରେ ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଭୁଲ ତଥ୍ୟକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସରକାର କହିଛନ୍ତି, କିନ୍ତୁ ଏହି ୟୁନିଟକୁ ଆଇନରେ ଅନ୍ତର୍ଭୁକ୍ତ କରିବା ପ୍ରୟାସ ବିବାଦ ଘେରକୁ ଆସିଛି ।

ଅନେକ ସାମ୍ବାଦିକ ଏବଂ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଏହା ଅଭିବ୍ୟକ୍ତିର ସ୍ୱାଧୀନତା ତଥା ସରକାରଙ୍କୁ ସମାଲୋଚନା କରୁଥିବା ସ୍ବାଧୀନ ଗଣମାଧ୍ୟମର କଣ୍ଠରୋଧ ପାଇଁ ଏକ ପ୍ରୟାସ । ଏବେ ଏହି ୟୁନିଟର ସାମ୍ବିଧାନିକତା ସହ ଜଡ଼ିତ ଆବେଦନ ବମ୍ବେ ହାଇକୋର୍ଟରେ ବିଚାରାଧୀନ ରହିଛି । ତେବେ ମାର୍ଚ୍ଚ ୧୩ରେ ବମ୍ବେ ହାଇକୋର୍ଟ ଏହି ଫ୍ୟାକ୍ଟ ଚେକିଂ ୟୁନିଟ୍ ଗଠନ ଉପରେ ରୋକ୍ ଲଗାଇବା ନେଇ ହୋଇଥିବା ଆବେଦନକୁ ଖାରଜ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.