Below header

ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ

ଜଷ୍ଟିସ ପି.ସି. ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ । ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ୮ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଜୁଡିଆସିଆଲ ସଦସ୍ୟ ଭାବେ ଜଷ୍ଟିସ ଦିଲ୍ଲୀପ ବି. ଘୋଷଲେ, ଜଷ୍ଟିସ ପି.କେ ମହାନ୍ତି, ଜଷ୍ଟିସ ଅଭିଳାଷା କୁମାରୀ, ଜଷ୍ଟିସ ଏ.କେ ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ।

ସେହିପରି ସଦସ୍ୟ ଭାବେ ଦୀନେଶ କୁମାର ଜୈନ, ଅର୍ଚ୍ଚନା ରାମସୁନ୍ଦରମ, ମହେନ୍ଦ୍ର ସିଂ, ଡ. ଆଇପି ଗୌତମଙ୍କୁ ନିଯୁକ୍ତି ଦିଆଯାଇଛି । ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ୨୦୧୩ରେ ଜଷ୍ଟିସ ପିନାକୀ ଘୋଷ ସୁପ୍ରିମକୋର୍ଟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ । ୨୦୧୭ ମସିହା ମେ’ରେ ସେ ଅବସର ନେଇଥିଲେ । ସେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଥିଲେ । ପୂର୍ବରୁ କଲିକତା ହାଇକୋର୍ଟର ଜଜ ଓ ଆନ୍ଧ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଗତ ଶୁକ୍ରବାର ସଂଧ୍ୟାରେ ବସିଥିବା ଚୟନ କମିଟି ବୈଠକରେ ଲୋକପାଳ ପଦରେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ ନିଯୁକ୍ତି ନେଇ ଚୂଡ଼ାନ୍ତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.