Below header

ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି ଏହିସବୁ ସମ୍ପତ୍ତି, ଜାଣନ୍ତୁ କେଉଁଠି କରୁଛନ୍ତି ଇନଭେଷ୍ଟ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟ ସହଯୋଗୀଙ୍କ ସହ ନିଜ ସମ୍ପତ୍ତି ଏବଂ ଲାଭକ୍ଷତିର ଘୋଷଣା କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ୨.୮୫ କୋଟି ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଥିବାର ସୂଚନା ଦେଇଛନ୍ତି। ୨୦୧୯ ମସିହାରେ ତାଙ୍କ ନିକଟରେ ୨.୪୯ କୋଟିର ସମ୍ପତ୍ତି ଥିବା ବେଳେ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ତାହା ୩୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।ସେହିପରି ବ୍ୟାଙ୍କ, ଡାକଘର ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନର ପୁଞ୍ଜିନିବେଶରୁ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ତାଙ୍କ ରୋଜଗାରର ଏକ ବଡ ଅଂଶ ଟର୍ମ ଜମା ଏବଂ ସେଭିଙ୍ଗ ଆକାଣ୍ଟରେ ଜମା ହୋଇଥିବା ବେଳେ ବ୍ୟାଙ୍କର ଜମାରୁ ୩.୩ ଲକ୍ଷ ରିର୍ଟନ ପାଇଛନ୍ତି। ସେହିପରି ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ସମେତ ତାଙ୍କ ସମସ୍ତ କ୍ୟାବିନେଟଙ୍କୁ ନିଜ ଆସେଟର ଘୋଷଣା କରିବା ବାଧ୍ୟତାମୂଳକ ହୋଇଯାଇଛି।

PM Modi declares his assets. All about where he has invested his personal  wealth

 

ସେହିପରି ପ୍ରଧାନମନ୍ତ୍ରୀଙ୍କର ଉପରେ ଗୋଟିଏ ଟଙ୍କାର ମଧ୍ୟ ଋଣ ନାହିଁ ବୋଲି ସେ କହିଛନ୍ତି। ଜୁନ୍‌ ୩୦ ପର୍ଯ୍ୟନ୍ତ ତାଙ୍କ ନିକଟରେ ମାତ୍ର ୩୧ ହଜାର ୪୫୦ ଟଙ୍କା ରହିଥିବା ବେଳେ ଚଳିତ ସମୟରେ ତାଙ୍କ ନିକଟରେ ୧ କୋଟି ୭୫ ଲକ୍ଷ ୬୩ ହଜାର ୬୧୮ ଟଙ୍କାର ସମ୍ପତ୍ତି ରହିଛି। ଗାନ୍ଧୀ ନଗର ସ୍ଥିତ ଷ୍ଟେଟ ବ୍ୟାଙ୍କରେ ୩ ଲକ୍ଷ ୩୮ ହଜାର ୧୨୪ ଟଙ୍କା ଏବଂ ଏଫଡିଆର ଓ ଏମଓଡିରେ ୧ କୋଟି ୬୦ ଲକ୍ଷ ୨୮ ହଜାର ୯୩୯ ଟଙ୍କା ଜମା ହୋଇ ରହିଛି। ସେହିପରି ଏନଏସସିରେ ପାଖାପାଖି ୮ ଲକ୍ଷ ୪୩ ହଜାର ୧୨୪ ଟଙ୍କା ମଧ୍ୟ ଜମା ହୋଇ ରହିଛି। ଅନ୍ୟ ପକ୍ଷରେ ଜୀବନ ବୀମା ପଲିସିରେ ୧ ଲକ୍ଷ ୫୦ ହଜାର ୯୫୭ ଟଙ୍କା ଏବଂ ଟ୍ୟାକ୍ସ ସେଭିଂସ ଇନ୍‌ଫ୍ରା ବ୍ରାଣ୍ଡରେ ୨୦ ହଜାର ଟଙ୍କା ରଖା ଯାଇଛି।ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ତାଙ୍କ ସମ୍ପତ୍ତିର ୨୬.୨୬ ପ୍ରତିଶତ ବୃଦ୍ଧି ହୋଇଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କର ସମ୍ପତ୍ତିରେ କୌଣସି ଖାସ ପରିବର୍ତ୍ତନ ହୋଇନାହିଁ । ଗାନ୍ଧୀ ନଗରର ସେକ୍ଟର-୧ ରେ ୧.୧ କୋଟି ଟଙ୍କାର ୩୫୩୧ ବର୍ଗର ଏକ ପ୍ଲଟ ମଧ୍ୟ ତାଙ୍କ ନାମରେ ରହିଛି । ଏହା ସହିତ ପିଏମଙ୍କ ପାଖରେ କୌଣସି କାର ନାହିଁ ବୋଲି ସେ କହିଛନ୍ତି। ପିନ୍ଧିବା ସମ୍ପତ୍ତି ମଧ୍ୟରୁ ୧.୫ ଲକ୍ଷ ଟଙ୍କାର ଚାରୋଟି ସୁନା ମୁଦି ତାଙ୍କ ପାଖରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.