ବିବାହ ବନ୍ଧନରେ ବାନ୍ଧି ହେଲେ WWE ସୁପରଷ୍ଟାର ଜନ ସିନା, ଜାଣନ୍ତୁ କାହାକୁ କଲେ ନିଜ ଜୀବନସାଥୀ

WWE ସୁପରଷ୍ଟାର ଜନ ସିନା ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜ ଗାର୍ଲଫ୍ରେଣ୍ଡ ଶୋ ଶାରିୟଟଜଦେହଙ୍କୁ ବିବାହ କରିଛନ୍ତି। ଗତ ୧ ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ କରୁଥିଲେ। ଖବର ମୁତାବକ, ୧୬ ଥର ୱାର୍ଲଡ ଚାମ୍ପିୟନ ରହିଥିବା ଜନ ସିନା ୧୨ ଅକ୍ଟୋବରରେ ଫ୍ଲୋରିଡାର ଟେମ୍ପାରେ ଶୋ ଶାରିୟଟଜଦେହଙ୍କ ସହିତ ଏକ ବ୍ୟକ୍ତିଗତ ଉତ୍ସବର ଆୟୋଜନ କରିଥିଲେ ଏବଂ ସେଠାରେ ହିଁ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

w

ଏହି ବିବାହରେ ଖୁବ କମ ଲୋକ ସାମିଲ ହୋଇଥିବା ବେଳେ ଏହାକୁ ମିଡିଆ ନଜରରୁ ଦୂରରେ ରଖାଯାଇଥିଲା। ଶୋ ଶାରିୟଟଜଦେହ ଜଣେ ଇଞ୍ଜିନିଅର। ସେ University of British Columbiaରେ Electrical and Electronics Engineeringରେ ଡିଗ୍ରୀ ହାସଲ କରିଛନ୍ତି। ଏବେ Sona Typeରେ ସେ ପ୍ରଡକ୍ଟ ମ୍ୟାନେଜର ରୂପେ କାମ କରୁଛନ୍ତି ଏବଂ ଏହା ପୂର୍ବରୁ Motorola Solutionsରେ ପ୍ରଡକ୍ଟ ମ୍ୟାନେଜର ଥିଲେ।

xc

ଦୁଇଜଣଙ୍କ ପ୍ରଥମ ଦେଖା Vancouverରେ ହୋଇଥିଲା, ଯେଉଁଠି ଫିଲ୍ମ ‘Playing with Fire’ର ସୁଟିଂ ଚାଲିଥିଲା। ଜନ ସିନା ଏହି ଫିଲ୍ମର ଏକ ପାର୍ଟ ଥିଲେ। ଏହାପରଠୁ ଦୁହେଁ ଅନେକ ସ୍ଥାନରେ ଏକାଠି ନଜର ଆସିଥିଲେ। ଗତବର୍ଷ ଜନ, ଶୋ ଶାରିୟଟଜଦେହଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.