Below header

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି, ବଡ଼ ଧରଣର ଆକ୍ରମଣ ନେଇ ଅଲ ଇଣ୍ଡିଆ ଲସ୍କର ଏ ତୋଏବାର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ(କେନ୍ୟୁଜ୍) : ପଦାକୁ ଆସୁଛି ପାକିସ୍ତାନର ଗୋଟିଏ ପରେ ଗୋଟିଏ ହୀନ ଉଦ୍ୟମ। ଆତଙ୍କବାଦୀଙ୍କ ହିଟଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ହାତରେ ହିଟଲିଷ୍ଟର ତାଲିକା ମିଳିଛି। ଏହି ତାଲିକରେ ୧୨ଜଣଙ୍କ ନାଁ ରହିଛି। ଭାରତୀୟ ନାଁ ଯୋଡ଼ା ଯାଇ ଆତଙ୍କବାଦୀ ସଂଗଠନ ଅଲ ଇଣ୍ଡିଆ ଲସ୍କର ଏ ତୋଏବାର ଏହି ଲିଷ୍ଟ ଜାରି ରହିଛି। ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ସହ ଅନେକଙ୍କୁ ଟାର୍ଗେଟ ନେଇ ସଂଗଠନ ଷଡ଼ଯନ୍ତ୍ର କରିଥିବା ଏନଆଇଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋହଲିଙ୍କ ବ୍ୟତୀତ ଏହି ତାଲିକାରେ ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ, ମୋହନ ଭାଗବତ ମଧ୍ୟ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.