ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ, ଟ୍ଵିଟ୍‌ କରି ଦୀର୍ଘ ଜୀବନ କାମନା କଲେ ପ୍ରମୁଖ ବ୍ୟକ୍ତି ବିଶେଷ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ସେପ୍ଟେମ୍ବର ୧୭ରେ ମୋଦି ୭୧ ବର୍ଷରେ ପାଦ ଥାପିଛନ୍ତି। ୧୯୫୦ ମସିହା ଆଜିର ଦିନରେ ମୋଦି ଜନ୍ମଗ୍ରହଣ କରିଥିଲେ। ରେଳଷ୍ଟେସନରେ ଚା’ ବିକିଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ମୋଦିଙ୍କ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ରହିଆସିଛି। ବିଜେପି ତରଫରୁ ମୋଦିଙ୍କ ଜନ୍ମ ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ବିଜେପି ୧୪ରୁ ୨୦ ସେପ୍ଟେମ୍ବର ଯାଏଁ ସେବା ସପ୍ତାହ ପାଳନ କରୁଛି।

ତେବେ ମୋଦିଙ୍କ ଜନ୍ମଦିନରେ ବହୁ ବଡ଼ ବଡ଼ ନେତା, ଅଭିନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି। ଏ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ଅଚ୍ୟୁତ ସାମନ୍ତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ରାହୁଲ ଗାନ୍ଧୀ, ଏସ୍‌ ଜୟଶଙ୍କର, ହରଦୀପ ସିଂହ ପୁରୀ, ସାଂସଦ କିରନ୍‌ ରିଜ୍‌ଜୁ ପ୍ରମୁଖ ତାଙ୍କୁ ଟ୍ଵିଟ୍‌ କରି ଅଭିନନ୍ଦନ ଜଣାଇବା ସହ ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.