ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମ ଦିନ, ଦେଶରେ ଆରମ୍ଭ ହେବ ବିଶ୍ବକର୍ମା ଯୋଜନା

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମ ଦିନ। ଆଉ କାଲି ତାଙ୍କ ଜନ୍ମ ଦିନରେ ଦେଶରେ ଆରମ୍ଭ ହେବ ବିଶ୍ବକର୍ମା ଯୋଜନା। ନରେନ୍ଦ୍ର ମୋଦି ଏକବିଂଶ ଶତାବ୍ଦୀ ଭାରତର ନୂଆ ବିଶ୍ବକର୍ମା ହୋଇ ଉଭା ହୋଇଛନ୍ତି।

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ତମ ଜନ୍ମ ଦିନ। ଆଉ କାଲି ତାଙ୍କ ଜନ୍ମ ଦିନରେ ଦେଶରେ ଆରମ୍ଭ ହେବ ବିଶ୍ବକର୍ମା ଯୋଜନା। ନରେନ୍ଦ୍ର ମୋଦି ଏକବିଂଶ ଶତାବ୍ଦୀ ଭାରତର ନୂଆ ବିଶ୍ବକର୍ମା ହୋଇ ଉଭା ହୋଇଛନ୍ତି।

ତାଙ୍କର ନଅ ବର୍ଷର ଶାସନ କାଳରେ, ଅର୍ଥନୀତି ଓ ବୈଦେଶିକ ନୀତିରେ ଅନେକ ସଫଳତା ପାଇଛି ଭାରତ। କେବଳ ଏତିକ ନୁହଁ ଭାରତ ଆତ୍ମ ନିର୍ଭର ହେବା ସହ ସାମରିକ କ୍ଷେତ୍ରରେ ସଶକ୍ତ ହୋଇଛି।

ମୋଦି ୯ ବର୍ଷରୁ ଅଧିକ ସମୟ ହେଲା ପ୍ରଧାନମନ୍ତ୍ରୀ ଦାୟିତ୍ବରେ ଅଛନ୍ତି। ସର୍ବାଧିକ ସମୟ ଧରି ଜଣେ ଅଣ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ଦାୟିତ୍ବରେ ଅଛନ୍ତି। ପୂର୍ବରୁ ଅଟଳ ବିହାରୀ ବାଜୟପେୟୀ ୬ ବର୍ଷା ୨୧ ଦିନ ପ୍ରଧାନମନ୍ତ୍ରୀ ଥିଲେ। ମୋଦିଙ୍କ କାର୍ଯ୍ୟକାଳ ୯ ବର୍ଷ ଟପି ସାରିଛି। ଏ ସମୟ ଭିତରେ ତାଙ୍କର ଅନେକ ଉପଲବ୍ଧି ଇତିହାସରେ ଲିପିବଦ୍ଧ ହୋଇ ରହିବ।

ଏ ୯ ବର୍ଷ ଭିତରେ ମୋଦିଙ୍କ ବଡ଼ ଉଲବ୍ଧି ମଧ୍ୟରେ ରହିଛି  ଗୋଟିଏ ଦେଶ, ଗୋଟିଏ ଟିକସ, ଆତ୍ମ ନିର୍ଭର ଭାରତ, ସର୍ଜିକାଲ ଷ୍ଟ୍ରାଇକ୍, ଗଲୱାନ ଫାଇଟ, ଡ୍ରାଗନକୁ ଜବାବ, ସାମରିକ ଶକ୍ତି ବୃଦ୍ଧି, ବିଦେଶ ନୀତି ଓ ମୋଦିଙ୍କ ଛବି, ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଚନ୍ଦ୍ରରେ ଭାରତ, ସୂର୍ଯ୍ୟକୁ ଯାତ୍ରା ।  ମୋଦିଙ୍କ ଶାସନ କାଳ, ଭାରତୀୟ ରାଜନୀତି, ବିଦେଶ ନୀତି, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ନୂଆ ନୂଆ ଇତିହାସ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.