Below header

୬୧ ବର୍ଷୀୟ ବ୍ୟକ୍ତି ଚୋରିକଲେ ୧୫୯ଟି ସାଇକେଲ ସିଟ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଜାପାନରେ ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ତେବେ ତାଙ୍କର ଦୋଷ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ଏହି ବ୍ୟକ୍ତି ୧୫୯ଟି ସାଇକେଲ ସିଟ ଚୋରି କରିଥିବା ଅପରାଧରେ ତାଙ୍କୁ ଗିରଫ କରାଯାଇଛି । ଗତ କିଛିଦିନ ହେବ ଟୋକିଓର ଓଟା ୱାର୍ଡ ଅଞ୍ଚଳରେ ସାଇକେଲ ସିଟ ଚୋରି ହେଉଥିବା ନେଇ ଥାନାରେ ଅଭିଯୋଗ କରାଯାଉଥିଲା । କିଛିଦିନର ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଅକୀୟୋ ହତୋରିଙ୍କୁ ଗିରଫ କରିଥିଲା ସତ କିନ୍ତୁ ପଚରାଉଚୁରା ବେଳେ ସେ ପୋଲିସକୁ ଯାହା କହିଲା ଶୁଣିଲା ପରେ ଆପଣଙ୍କ ହୋସ ଉଡିଯିବ ।

ସୂଚନା ଅନୁଯାୟୀ ପୋଲିସ ସର୍ଭିଲାନ୍ସ କ୍ୟାମେରା ସାହାଯ୍ୟରେ ଅକିଓଙ୍କୁ ଚିହ୍ନଟ କରିଥିଲା ଓ ତାଙ୍କୁ ଗିରଫ ମଧ୍ୟ କରିଥିଲା । ସିସିଟିଭି ଫୁଟେଜରେ ଅକୀୟୋ ଅତି ସହଜରେ ସାଇକେଲ ସିଟ ଚୋରି କରୁଥିବାର ନଜର ଆସିଥିଲେ । ଆଉ ତାପରେ ସେ ସାଇକେଲ ସିଟକୁ ନିଜ ସାଇକେଲରେ ଲାଗିଥିବା ଏକ ବାସ୍କେଟରେ ରଖି ଚୁପଚାପ ସେଠାରୁ ଚାଲିଯାଉଥିଲେ । ପୋଲିସ ତଦନ୍ତ ପରେ ଅକୀୟୋଙ୍କୁ ଯେତେବେଳେ ଗିରଫ କରିଥିଲା ସେତେବେଳେ ତାଙ୍କ ଘରୁ ୧୫୯ଟି ସାଇକେଲ ସିଟ ଜବତ କରିଥିଲା ।

ଅକୀୟୋ ପୋଲିସଙ୍କୁ କହିଥିଲେ ଯେ ଗତ ୨୦୧୮ ମସିହାରେ କେହିଜଣେ ପ୍ରଥମେ ତାଙ୍କ ସାଇକେଲ ସିଟ ଚୋରି କରି ନେଇଯାଇଥିଲେ । ଆଉ ତାପରେ ତାଙ୍କର ସାଇକେଲ ବି ଚୋରି ହୋଇଗଲା । ଏଥିପାଇଁ ସେ ବହୁତ ମନଦୁଃଖ କରିଥିଲେ ଏବଂ ପୋଲିସରେ ଅଭିଯୋଗ କରିବା ବଦଳରେ ଏହାର ବଦଲା ସେ ନିଜେ ନେବେ ବୋଲି ନିଷ୍ପତ୍ତି ନେଇଥିଲେ । ଆଉ ତାପରେ ସେହିଦିନଠୁ ସେ ସାଇକେଲ ସିଟ ଚୋରି କରୁଛନ୍ତି ।

ଏହାସହିତ ପଚରାଉଚୁରା ବେଳେ ଅକୀୟୋ ପୋଲିସକୁ କହିଥିଲେ ଯେ ମୋତେ ନୂଆ ସାଇକେଲ ସହିତ ନୂଆ ସିଟ ମଧ୍ୟ କିଣିବାକୁ ପଡିଥିଲା । ତେଣୁ ମୁଁ ପ୍ରତିଶୋଧ ନେବାର ନିଷ୍ପତ୍ତି ନେଇଥିଲି । ମୁଁ ଅନ୍ୟ ଲୋକମାନଙ୍କୁ ମଧ୍ୟ ଜଣାଇବାକୁ ଚାଁହୁଥିଲି ଯେ ସିଟ ଚୋରି ହେବାପରେ କେତେ କଷ୍ଟ ହୋଇଥାଏ । ପୋଲିସ ଅକିୟୋଙ୍କ ଘରୁ ଜବତ କରିଥିବା ୧୫୯ଟି ସିଟକୁ ମିଡିଆରେ ସେୟାର କରିଛି, ଏହାପରେ ଘଟଣାଟି ଚର୍ଚ୍ଚାକୁ ଆସିଛି । ବର୍ତ୍ତମାନ ଅକିୟୋ ପୋଲିସର ହେପାଜତରେ ଅଛନ୍ତି କିନ୍ତୁ ଖୁବଶୀଘ୍ର ତାଙ୍କୁ କୋର୍ଟରେ ହାଜର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.