Below header

ଝଡ଼ ବର୍ଷାରେ ମଧ୍ୟ ଡ୍ୟୁଟି କରୁଥିଲେ ଟ୍ରାଫିକ୍ ପୋଲିସ କନେଷ୍ଟେବଲ, ଏବେ ବନିଗଲେ ସୋସିଆଲ ମିଡିଆ ଷ୍ଟାର୍

ଗୌହାଟିରେ ଜଣେ ଟ୍ରାଫିକ୍ ପୋଲିସଙ୍କ ନିଜ ଡ୍ୟୁଟି ପାଇଁ ନିଷ୍ଠା ତାଙ୍କୁ ସମସ୍ତ ସ୍ଥାନରେ ଚର୍ଚ୍ଚିତ କରିଛି। ଏନେଇ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଏବଂ ଫଟୋ ବହୁ ସଂଖ୍ୟାକ ଭାଇରାଲ ହେଉଛି। କହିବାକୁ ଗଲେ ନିଜର କର୍ମପରାୟଣ ପାଇଁ ସେ ଏବେ ପାଲଟିଛନ୍ତି ସୋସିଆଲ ମିଡିଆ ଷ୍ଟାର।

thunderstorm police

ଖବର ମୁତାବକ, ଟ୍ରାଫିକ୍ କନେଷ୍ଟେବଲ୍ ମିଥୁନ୍ ଦାସ ରବିବାର ଅର୍ଥାତ୍ ୩୧ ମାର୍ଚ୍ଚ ଦିନ ଗୌହାଟିର ବସିସ୍ତା ଛକରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ। ସେହି ସମୟରେ ହଠାତ୍ ଝଡ଼ ବର୍ଷା ହୋଇଥିଲା। ଏହି ସମୟରେ ମିଥୁନ ବିନା କୌଣସି ରେନିକୋଟରେ ପେଡିୟମରେ ଠିଆ ହୋଇ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲେ। ଏହି ସମୟର ଫଟୋ ଏବଂ ଭିଡିଓ ଆସାମ ପୋଲିସ ଶେୟାର କରିଥିବା ବେଳେ ଏବେ ତାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ନିଶ୍ଚିତ ପଢ଼ନ୍ତୁ:ଲୋକଙ୍କ ଟଙ୍କାକୁ ହଡପ ହେବାକୁ ଦେବି ନାହିଁ : ପ୍ରଧାନମନ୍ତ୍ରୀଙ୍କ…

ସୋସିଆଲ ମିଡିଆ ଷ୍ଟାର ପାଲଟିଥିବା ମିଥୁନ କହିଛନ୍ତି, ମୁଁ କେବଳ ମୋ କାମ କରୁଥିଲି। ମୋର ଡ୍ୟୁଟି ସକାଳ ୭ ରୁ ଦିନ ୧୨ଟା ପର‌୍ୟ୍ୟନ୍ତ ଥିଲା। ଡ୍ୟୁଟି ଶେଷ ହେବାର ୫ ମିନିଟ ପୂର୍ବରୁ ବହୁତ ଜୋରରେ ବର୍ଷା ଏବଂ ଝଡ଼ ହୋଇଥିଲା ଫଳରେ ମୋ ପରେ ଡ୍ୟୁଟିରେ ନିଯୁକ୍ତ ଥିବା କନେଷ୍ଟେବଲ ପହଞ୍ଚି ପାରିନଥିଲେ। ଏଣୁ ମୁଁ ପୋଷ୍ଟରୁ ନଓହ୍ଲାଇ ଟ୍ରାଫିକ ନିୟନ୍ତ୍ରଣ ଚାଲୁ ରଖିଥିଲି ।


MITHUN DASଏହାପରେ ମିଥୁନ କହିଛନ୍ତି, “ଏପରି ଝଡ଼ ବର୍ଷାରେ କେବଳ ପୋଡିୟମ୍‌ ଉପରେ ଠିଆ ହୋଇ ଟ୍ରାଫିକ୍ ନିୟନ୍ତ୍ରଣ କରିବା ମୋ ପାଇଁ କଷ୍ଟକର ଥିଲା। କିନ୍ତୁ ସେସବୁକୁ ଭୁଲି ମୁଁ ମୋର ଡ୍ୟୁଟି ଜାରି ରଖିଲି। ”

ପୋଡ଼ିୟମ୍‌ ଉପରେ କୌଣସି ଛାତ ନଥିଲା । ପବନ ସହ ପ୍ରବଳ ବର୍ଷା ମାଡ଼ି ସିଧା ଆସି ମିଥୁନ୍‌ଙ୍କ ଦେହରେ ବାଜୁଥିଲା । ହେଲେ ସେ ଯେମିତି କର୍ତ୍ତବ୍ୟର ବନ୍ଧନରେ ସେଇ ଖୋଲା ପୋଡ଼ିୟମ୍‌ରେ ନିଜକୁ ବାନ୍ଧି ଦେଇଥିଲେ । କାରଣ ଲୋକଙ୍କ ସୁରକ୍ଷା ତାଙ୍କ ପାଇଁ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେଥିଲାଗି ସେ ଜାଗାରୁ ହଟି ନଥିଲେ ।

ମିଥୁନ ଡ୍ୟୁଟି କରୁଥିବା ସମୟରେ ସେଠାରୁ ଯାଉଥିବା କିଛି ଯୁବକ ତାଙ୍କର ଭିଡିଓ ରେକର୍ଡ କରିଥିଲେ। ଯାହା ଭାଇରାଲ ହେବା ପରେ ଏବେ ଆସାମ ପୁଲିସ ତାହାକୁ ଟ୍ବିଟ କରିବା ସହ ତାଙ୍କ ନିଷ୍ଠାକୁ ପ୍ରଂଶସା କରିଛନ୍ତି। ଏପରିକି ତାଙ୍କୁ ସମ୍ମାନିତ କରିବା କଥା ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.