ଏମିତି ନିର୍ବାଚନ ପ୍ରଚାର କରୁଛନ୍ତି ଊର୍ମିଳା ମାତୋଣ୍ଡକର

ଫିଲ୍ମରେ ନିଜକୁ ପରଖି ସାରିବା ପରେ ବର୍ତ୍ତମାନ ଉର୍ମିଳା ମାତୋଣ୍ଡକର ଲୋକସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ନିକଟରେ ସେ କଂଗ୍ରେସ ପାର୍ଟିରେ ସାମିଲ୍ ହୋଇଥିଲେ । ସେ ମୁମ୍ବାଇ ଉତ୍ତର ଲୋକସଭା ଆସନ ପାଇଁ ଆସାୟୀ ପାର୍ଥୀ ହୋଇଥିଲେ । ଉର୍ମିଳା ଯେଉଁ ସିଟ୍ ରୁ ଛିଡା ହୋଇଛନ୍ତି ତାହା ବିଜେପିର ଗଡ ଭାବେ ପରିଚିତ । ଏହା ତ ଆଗାମୀ ସମୟରେ ଜଣାପଡିବ କି ଜନତା ତାଙ୍କୁ କେତେ ଦୂର ନିଜର କରୁଛନ୍ତି କିନ୍ତୁ ଏହା ପୂର୍ବରୁ ଉର୍ମିଳା ନିଜର ପ୍ରଚାର ପାଇଁ କୌଣସି କମି ରଖିବାକୁ ଚାହାନ୍ତିନାହିଁ ।
ନିର୍ବାଚନ ପ୍ରଚାର ପାଇଁ ଉର୍ମିଳା ଗୋରଇ ଇଲାକାରେ ପହଁଚିଥିଲେ । ଯେଉଁଠାରେ ସେ ଅଟୋ ଚାଳକମାନଙ୍କ ସହିତ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ଜଣେ ଅଟୋ ଚାଳକକୁ ନିଜ ଅଟୋ ଦେବାକୁ ଗୁହାରୀ କରିଥିଲେ ଏବଂ ଉକ୍ତ ଅଟୋଟିକୁ ଚଲାଇବାର ଫଟୋକୁ ଉଠାଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଉର୍ମିଳା ନିଜେ ନିଜର ଏହି ଫଟୋକୁ ସେୟାର କରିଥିଲେ ଏବଂ ଫଟୋଟିର କ୍ୟାପସନ୍ ରେ ଲେଖିଥିଲେ ‘କିଏ ଅଟୋରେ ଯିବାକୁ ଚାହୁଁଛନ୍ତି?ସହର ଏହି ଅଟୋ ବାଲାଙ୍କ ପାଇଁ ଚାଲୁଛି,ବହୁତ ଭଲ ଅନୁଭୂତି ରହିଲା।’