Below header

ରାଜଧାନୀରେ ଡବଲ୍‌ ‘ଅପରାଜିତା’ ଧମାକା, ଜାଣନ୍ତୁ କଣ କଲା ବିଜେପି

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଉ କିଛି ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତାଲିକା ଅନୁସାରେ ଉତ୍ତର ଭୁବନେଶ୍ୱର ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଲଢ଼ିବେ ଅଭିନେତ୍ରୀ ଅପରାଜିତା ମହାନ୍ତି । ପୂର୍ବରୁ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇ ସାରିଛନ୍ତି । ଆଉ ଏବେ ଫିଲ୍ମ ଦୁନିଆଁରୁ ଆସିଗଲେ ଅପରାଜିତା ମହାନ୍ତି । ତେଣୁ ବିଜେଡିକୁ ଟକ୍କର ଦେବା ଲାଗି ରାଜଧାନୀରେ ବିଜେପି ଦେଇଛି ‘ଅପରାଜିତା’ର ଡବଲ୍‌ ଡୋଜ୍‌ । ତେବେ ଡର ଏଇଆ ଯେ ଭୋଟର ବାଉଳା ହୋଇ ଯିବେନି ତ ?
ଲୋକସଭା ପାଇଁ ବିଜେଡି ପକ୍ଷରୁ ପୂର୍ବତନ ଆଇପିଏସ୍‌ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଭୁବନେଶ୍ୱର ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ ।

ଅପରାଜିତା ମହାନ୍ତି ଗତ ବର୍ଷ ଫେବ୍ରୁଆରୀରେ ବିଜେପିରେ ଯୋଗ ଦେଇଥିଲେ । ସେ ଗତ ୨୦୧୪ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ହାରି ଯାଇଥିଲେ । ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ମହତାବ ତାଙ୍କୁ ୩ ଲକ୍ଷ ୬୭୨ଟି ଭୋଟ୍‌ରେ ପରାସ୍ତ କରିଥିଲେ । ଭର୍ତ୍ତୃହରି ୫ ଲକ୍ଷ ୨୬ ହଜାର ୮୫ଟି ଭୋଟ୍‌ ପାଇଥିବା ବେଳେ ଅପରାଜିତାଙ୍କୁ ମିଳିଥିଲା ୨ ଲକ୍ଷ ୧୯ ହଜାର ୩୨୩ଟି ଭୋଟ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.