Below header

କାମ କରୁ କରୁ ହଠାତ ଥାନାରେ ନାଚିବାକୁ ଲାଗିଲେ ପୋଲିସ କର୍ମୀ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରଲ

କରୋନା ଲଢେଇରେ କେବଳ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଫ୍ରଣ୍ଟଲାଇନରେ ଲଢ଼ୁନାହାନ୍ତି, ବରଂ ପୋଲିସ ମଧ୍ୟ ନିଜ କାମ ଦାୟିତ୍ୱର ସହ ସମ୍ପାଦନ କରୁଛି। ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଡ୍ୟୁଟି କରୁଛି। ଦେଶରେ କରୋନା ସ୍ଥିତିକୁ କାବୁ କରିବା ପାଇଁ କର୍ତ୍ତବ୍ୟରେ କଦାପି ହେଳା କରୁନାହିଁ। ତଥାପି ଏହାରି ଭିତରେ ସେମାନଙ୍କୁ ବି ଫୁରସତ ଦରକାର।

ତେବେ ଲକଡାଉନ ଭିତରେ ଆସାମର ନଙ୍ଗାବ ଥାନାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ପୋଲିସ କର୍ମୀମାନେ ବିହୁ ଉତ୍ସବ ପାଳନ କରି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଭିଡ଼ିଓଟିକୁ ନଙ୍ଗାବ ଥାନା ନିଜ ଫେସବୁକ ପେଜରେ ସେୟାର କରିଛି। ଏହାସହିତ କ୍ୟାପସନ ଲେଖିଛି ଯେ ‘ଛୋଟ ଛୋଟ ଖୁସି’।

video courtesy: facebook

ଭିଡ଼ିଓ ରାତି 9ଟା 31 ମିନିଟରେ ସେୟାର ହୋଇଛି। ଏହାକୁ ଏ ପର୍ଯ୍ୟନ୍ତ ଅନେକ ଲୋକ ଦେଖିସାରିଲେଣି। ଜଣେ ୟୁଜର କମେଣ୍ଟରେ କହିଛନ୍ତି, ‘ଗ୍ରେଟ ୱାର୍କ କଲଚର। ଏହା ଆସାମ ପୋଲିସକୁ ମୋରାଲ ବୁଷ୍ଟ କରେଇବ’। ସେହିପରି ଆଉ ଜଣେ ଲେଖିଥିଲେ, ‘ମୁଁ ବ୍ୟକ୍ତିଗତ ଭାବେ ଏ ସମସ୍ତ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.