Below header

ଆମେରିକୀୟ ସଂସ୍ଥାର ସତର୍କବାଣୀ : ଭାରତରେ ୧୧୧ କୋଟି କରୋନା ସଂକ୍ରମିତ ଆଶଙ୍କା, ବିକଶିତ ରାଷ୍ଟ୍ରକୁ ପୁଣିଥରେ ଫେରିବ ଭାଇରସ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣଙ୍କ ସଂଖ୍ୟା ଭାରତରେ ଦିନକୁ ଦିନ ବଢ଼ିଚାଲିଛି । ଅନ୍ୟ ରାଷ୍ଟ୍ର ଭଳି ଯଦିଓ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଛି, ଏହି ସଂଖ୍ୟା ଆଗକୁ ଭାରତରେ ବିପଦପୂର୍ଣ୍ଣ ହୋଇପାରେ ବୋଲି ଆମେରିକାର ଏକ ସଂସ୍ଥା ସତର୍କବାଣୀ କରିଛି ।

ଭାରତରେ ଜନସଂଖ୍ୟାର ଘନତ୍ତ୍ୱ ଅଧିକ ଥିବାରୁ ଏହି ସଂଖ୍ୟା ୧୧୧ କୋଟି ହୋଇପାରେ ବାଲି ସେଣ୍ଟର ଫର୍‌ ଡିଜିଜ୍‌ ଡାଏନମିକ୍ସ ଆଣ୍ଡ ଇକୋନମିକ୍‌ ପଲିସି(ସିଡିଡିଇପି) ଦ୍ୱାରା ଅଧ୍ୟୟନ କରାଯାଇଛି । ତେବେ ଏଥିପାଇଁ ଏତେ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛି ।

ଏହି ଆକଳନ ଅନୁଯାୟୀ ଭାରତର ପ୍ରାୟ ୮୫ ପ୍ରତିଶତତ ଲୋକେ କରୋନା ସଂକ୍ରମିତ ହେବେ । ଅଧ୍ୟୟନରେ ଆହୁରି କୁହାଯାଇଛି, ଭାରତରେ ସଫଳ ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ବଜାୟ ରହିବ ।

ତଥାପି ଅଧିକ ଜନସଂଖ୍ୟା ଦୃଷ୍ଟିରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ସେପ୍ଟେମ୍ବର ସୁଦ୍ଧା ଅତି କମ୍‌ରେ ୫୫ କୋଟି ଓ ସର୍ବାଧିକ ୧୧୧ କୋଟି ହୋଇପାରେ । ଯଦିଓ ଅଧିକାଂଶ ରୋଗୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବ ନାହିଁ ।

ଏହି ରିପୋର୍ଟ ଏକ ପରିସଂଖ୍ୟାନ ଉପରେ ପର୍ଯ୍ୟବଶିତ ହୋଇଥିବାରୁ ରିପୋର୍ଟକୁ ଶତପ୍ରତି ବିଶ୍ୱାସ ନ କରିବାକୁ ମଧ୍ୟ କୁହାଯାଇଛି । ଏପ୍ରିଲ୍‌ ୨୦ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଆହୁରି ମଧ୍ୟ କୁହାଯାଇଛି ଯେ କରୋନ ପୁଣି ୨ୟ ପର୍ଯ୍ୟାୟରେ ଫେରିପାରେ ।

ଏହା ମାତ୍ରାଧିକ କ୍ଷତି ପହଞ୍ଚାଇଥିବା ଆମେରିକା, ଚୀନ୍‌, ଇଟାଲି, ବ୍ରଟେନ୍‌ ଓ ସ୍ୱେନ୍‌ରେ ପୁଣି ଥରେ ତାଣ୍ଡବ ରଚାଇବ । ଏବଂ ପୁଣି ଶତାଧିକ ଜୀବନ ହାନୀ ଘଟାଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.