ଧର୍ମ ପୀଠରେ ପର୍ଣ୍ଣ ଭିଡିଓ କରି ଇଣ୍ଟରନେଟ୍ରେ ସେୟାର କଲେ କପଲ, ଭାଇରାଲ ହେଉଛି ନଗ୍ନ ଭିଜୁଆଲ
ଆଜିକାଲିର ଯୁବପିଢ଼ି ପ୍ରେମ ନିଶାରେ ଏତେ ବାୟା ଯେ ସ୍ଥାନ, କାଳ, ପାତ୍ର କିଛି ଦେଖୁନାହାନ୍ତି। ଯେଉଁଠି ଯେମିତି ପାରୁଛନ୍ତି ପ୍ରେମରେ ମାତିଯାଉଛନ୍ତି। ଏମିତି କି ମନ୍ଦିର, ମସ୍ଜିଦ୍, ଗୀର୍ଜା ଆଦିକୁ ବି ଛାଡ଼ୁନାହାନ୍ତି। ସେମିତି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମିଆଁମାରରେ। ଇଟାଲୀର ଏକ କପଲ ମିଆଁମାରର ପବିତ୍ରସ୍ଥଳ ବାଗାନରେ ୧୨ ମିନିଟ୍ରେ ଏକ ପର୍ଣ୍ଣ ଭିଡିଓ ସୁଟିଂ କରିଛନ୍ତି। କେବଳ ଏତିକି ନୁହେଁ ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ଭିଡିଓ ଭାଇରାଲ ହେବା ପରେ ସାଧାରଣ ଲୋକ ତାତିଥିବା ଦେଖିବାକୁ ମିଳିଛି।
୧୩ଶ ଶତାବ୍ଦୀରେ ନିର୍ମିତ ଏହି ବାଗାନ ପ୍ରାୟ ତିନି ହଜାର ପଗୋଡେ ଓ ମନ୍ଦିର ପାଇଁ ପ୍ରସିଦ୍ଧିଲାଭ କରିଛି। ୟୁନେସ୍କୋ ଏହାକୁ ବିଶ୍ୱର ତୀର୍ଥସ୍ଥଳ ଘୋଷିତ କରିଛି।
ଭିଡିଓରେ ଇଟାଲୀର ଏହି ଯୋଡ଼ି ପଗୋଡେ ନିକଟରେ ଉଲଗ୍ନ ଅବସ୍ଥାରେ ନିଜ ଫଟୋସୁଟ୍ କରିଥିବା ଦେଖିବାକୁ ମିଳିଛି। ପରେ ସେମାନେ ୧୨ ମିନିଟ୍ର ଭିଡିଓ ସୁଟିଂ କରିଥିଲେ। ଏହି ମନ୍ଦିରକୁ ଛୋଟ ପୋଷାକ ପିନ୍ଧି ଆସିବା ମନା ଥିବା ବେଳେ ଏହି ଯୋଡ଼ି କେମିତି ଏତେ ସାଂଘାତିକ କାମ କଲେ ତାହା ସମସ୍ତଙ୍କୁ ଚକିତ କରିଛି।
ଜଣେ ସ୍ଥାନୀୟ ଅଧିବାସୀ ଏନେଇ ନିଜ ମତ ଦେବା ଅବସରରେ କହିଛନ୍ତି ଯେ ଏହା ଅତ୍ୟନ୍ତ ଲଜ୍ଜାଜନକ କଥା। ଲୋକମାନେ ଭଗବାନଙ୍କୁ ମାନୁନଥିବାରୁ ପବିତ୍ର ସ୍ଥଳରେ ଏଭଳି ଅପକର୍ମ କରୁଛନ୍ତି, ଯାହାର ଫଳ ସେମାନେ ନିଶ୍ଚୟ ଭୋଗିବେ। ଏମାନଙ୍କୁ ତୁରନ୍ତ ଆଇନ୍ ଅନୁସାରେ ଦଣ୍ଡ ମିଳୁ ବୋଲି ସେ ଦାବି କରିଛନ୍ତି।