Below header

ଚୀନ୍‌ରେ କାଳ ସାଜୁଛି କରୋନା, ବର୍ତ୍ତମାନ ସୁଦ୍ଧା ୧୬ ଶହ ୬୫ ଜଣଙ୍କ ମୃତ୍ୟୁ

ଚୀନ୍‌ରେ ଅସମ୍ଭାଳ ହେଲାଣି ସ୍ଥିତି । ନିୟନ୍ତ୍ରଣର ସଂପୂର୍ଣ୍ଣ ବାହାରେ କରୋନା ଭାଇରସ୍‌ । ଗତକାଲି ସୁଦ୍ଧା ୧୬ ଶହ ୬୫ ଜଣଙ୍କ ମୃତ୍ୟୁ ହୋଇଛି । କରୋନା ଭାଇରସ୍‌ରେ ୬୮ ହଜାର ୫ ଶହ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେପଟେ ୯ ହଜାର ୪୧୯ ରୋଗୀ ମେଡିକାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଚୀନ୍‌ରେ କରୋନା ଭାଇାରସ୍‌ରେ ସର୍ବାଧିକ ପ୍ରଭାବିତ ହୋଇଛି ହୁେଓ୍ଵଇ ପ୍ରଦେଶ । ଚୀନ୍‌ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।

coronaଭାଇରସ୍‌ ଆକ୍ରାନ୍ତଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିବ ବୋଲି ଚୀନ୍‌ର ସରକାରୀ ମେଡିକାଲ କମ୍ପାନୀ ନ୍ୟାସ୍‌ନାଲ ବାୟୋଟେକ୍‌ ଗ୍ରୁପ୍‌ ଦାବି କରିଛି । ବ୍ଲଡ ପ୍ଲାଜ୍‌ମା ଦ୍ୱାରା ଭାଇରସ୍‌ ଆକ୍ରାନ୍ତଙ୍କୁ ସୁସ୍ଥ କରାଯାଇପାରିବ । ଏଥିପାଇଁ ପୂରା ଦେଶରୁ ଚୀନ୍‌ ସରକାର କରୋନାରେ ସୁସ୍ଥ ହୋଇଥିବା ଲୋକଙ୍କ ବ୍ଲଡ ପ୍ଲାଜ୍‌ମା ସଂଗ୍ରହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.