ଝିଅ ବାହାଘର ପାଇଁ ରିକ୍ସା ଚାଳକଙ୍କ ଘରେ ଖୁସିର ମାହୋଲ, ଏହି ଖୁସିକୁ ଆହୁରି ଦୁଇଗୁଣିତ କରିଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଲ କେବଟଙ୍କ ଝିଅ ବାହାଘର ପାଇଁ ଘରେ ଖୁସିର ମାହୋଲ। କିନ୍ତୁ ତାଙ୍କ ଖୁସି ଏବେ ଦୁଇଗୁଣ ହୋଇଯାଇଛି। କାରଣ, କେବଟଙ୍କ ଝିଅ ବାହାଘର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚିଛି।

photo courtesy: ANI

r2

ପ୍ରଧାନମନ୍ତ୍ରୀ ନିଜ ବାର୍ତ୍ତାରେ କେବଟଙ୍କ ଝିଅ, ଜ୍ୱାଇଁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ଅବସରରେ କେବଟ କହିଛନ୍ତି ଯେ ‘ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିବାହର ନିମନ୍ତ୍ରଣ ପତ୍ର ପଠାଇଥିଲୁ। ଦିଲ୍ଲୀସ୍ଥିତ ପିଏମ୍‌ଓ ଯାଇ ମୁଁ ନିଜେ ଏହାକୁ ଦେଇ ଆସିଥିଲି। ୮ ଫେବୃୟାରୀରେ ଆମକୁ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଏହି ଶୁଭେଚ୍ଛା ବାର୍ତ୍ତା ମିଳିଥିଲା। ପତ୍ର ପାଇ ଆମେ ବହୁତ ଉତ୍ସାହିତ ଅଛୁ’।

r4

r3

କେବଟ ଆଉ ମଧ୍ୟ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜର ସବୁଠାରୁ ତଳ ବ୍ୟକ୍ତିଙ୍କର ମଧ୍ୟ ଧ୍ୟାନ ରଖନ୍ତି ବୋଲି ଏହି ପତ୍ର ପ୍ରମାଣ ଦେଉଛି’। ସେହିପରି କେବଟଙ୍କ ସ୍ତ୍ରୀ କହିଥିଲେ, ‘ଆମେ ମୋଦିଜୀଙ୍କୁ ଭେଟି ଆମର ସବୁ ସମସ୍ୟା ବିଷୟରେ କହିବାକୁ ଚାହୁଁଛୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.