କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ ହେବେ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ

କର୍ଣ୍ଣାଟକର ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରବୀଣ ସୁଦଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

କର୍ଣ୍ଣାଟକର ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପ୍ରବୀଣ ସୁଦଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ସିବିଆଇ ମୁଖ୍ୟ ସୁବୋଧ କୁମାର ଜାୟସୱାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସୁଦ ମେ’ ୨୫ରେ କାର୍ଯ୍ୟଭାର ସମ୍ଭାଳିବେ। ଡିଜିପି ସୁଦ୍‌ ହେଉଛନ୍ତି ୧୯୮୬ ବ୍ୟାଚ୍ ଆଇପିଏସ୍ ଅଧିକାରୀ।

ଡିଜିପି ମାର୍ଚ୍ଚ ମାସରେ ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ରାଜ୍ୟରେ ବିଜେପି ସରକାରଙ୍କୁ ସୁରକ୍ଷା ଯୋଗାଇଦେବା ନେଇ ତାଙ୍କ ଉପରେ ଅଭିଯୋଗ ଆଣିଥିଲେ। ସେତେବେଳେ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଶିବକୁମାର ପୋଲିସ ମହାନିର୍ଦ୍ଦେଶକଙ୍କ ଗିରଫ ଦାବି କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଡିଜିପି କେବଳ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି।