ଡଚ୍‌ ବୈଜ୍ଞାନିକଙ୍କ ଭବିଷ୍ୟ ବାଣୀ : ପାକିସ୍ତାନରେ ହେବ ଭୟଙ୍କର ଭୂମିକମ୍ପ, ତୁର୍କୀ ଭଳି ହେବ ଅବସ୍ଥା

ସୋଲର ସିଷ୍ଟମ ଜ୍ୟାମିଟ୍ରି ସର୍ଭେର ଏକ ରିସର୍ଚ୍ଚରେ କହିଛି ପାକିସ୍ତାନ ଏବଂ ତାହାର ପାଖା ପାଖି ଅଞ୍ଚଳରେ ବାୟୁମଣ୍ଡଳରେ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହା ଦ୍ୱାରା ଭୂକମ୍ପ ହୋଇପାରେ ବୋଲି ଆଶା କରାଯାଉଛି । ଆଗାମୀ ୧୦ ଦିନ ଭିତରେ ଭୂମିକମ୍ପରେ ବଲୁଚିସ୍ତାନ ଅଞ୍ଚଳ ଥରିବ ବୋଲି ଡଚ୍‌ ବୈଜ୍ଞାନିକଙ୍କ କହିଛନ୍ତି ।

ପାକିସ୍ତାନରେ ହେବ ଭୟଙ୍କର ଭୂକମ୍ପ । ବଲୁଚିସ୍ତାନରେ ଏହି ଭୂକମ୍ପ ଘଟିବ ବୋଲି ପୂର୍ବନୁମାନ କରିଛନ୍ତି ନେଦରଲାଣ୍ଡସ ଗବେଷକ ଫ୍ରାଙ୍କ ହୁଗରବିଟସ । ନିକ ଏକ୍ସ ଆକାଉଣ୍ଟରେ ଟୁଇଟ୍ କରି ହୁଗରବିଟସ ଲେଖିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ ଏହି ଭୂକମ୍ପ କେବେ ହେବ ତାହା କହି ହେବ ନାହିଁ । ତଥାପି ଆଗାମୀ ୧୦ ଦିନ ଭିତରେ ଭୂମିକମ୍ପରେ ବଲୁଚିସ୍ତାନ ଅଞ୍ଚଳ ଥରିବ ବୋଲି ସେ କହିଛନ୍ତି ।

ନେଦରଲ୍ୟାଣ୍ଡ ସ୍ଥିତ ଏକ ରିସର୍ଚ୍ଚ ଇନଷ୍ଟିଟ୍ୟୁଡ ସୋସିଆଲ ମିଡିଆରେ ଏହି ସୂଚନା ପୋଷ୍ଟ କରିଥିଲେ । ସୋଲର ସିଷ୍ଟମ ଜ୍ୟାମିଟ୍ରି ସର୍ଭେର ଏକ ରିସର୍ଚ୍ଚରେ କହିଛି ପାକିସ୍ତାନ ଏବଂ ତାହାର ପାଖା ପାଖି ଅଞ୍ଚଳରେ ବାୟୁମଣ୍ଡଳରେ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହା ଦ୍ୱାରା ଭୂକମ୍ପ ହୋଇପାରେ ବୋଲି ଆଶା କରାଯାଉଛି ।

ଏହି ଖବର ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ହୁଗରବିଟସ ହେଉଛନ୍ତି ଜଣେ ଗ୍ରହୀୟ ଜ୍ୟାମିତି ଗବେଷକ । ବିଭିନ୍ନ ଗ୍ରହ ଏବଂ ସୂର୍ଯ୍ୟ ଓ ଚନ୍ଦ୍ରର ଅବସ୍ଥିତିକୁ ବିଚାର କରି ସେ ପୂର୍ବାନୁମାନ କରିଥାନ୍ତି । ଏହାପୂର୍ବରୁ ସେ ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପର ସେ ଭବିଷ୍ୟବାଣୀ କରିଥିଲେ । ଯାହା ସତ ହୋଇଥିଲା । ତେବେ ଏହି ପୂର୍ବାନୁମାନକୁ ଖଣ୍ଡନ କରିଛନ୍ତି ପାକିସ୍ତାନ କରାଚୀ ସ୍ଥିତ ନେସନାଲ ସୁନାମି ସେଣ୍ଟର ନିର୍ଦ୍ଦେଶକ ଅମୀର ହାଇଦର ଲାଘାରି । ଭୂକମ୍ପର ସ୍ଥାନ ଓ ସମୟ ପୂର୍ବରୁ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.