ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ମେଟ୍ରୋରେ କଲେ ଯାତ୍ରା, ସାମ୍ନାକୁ ଆସିଲା ଭିଡିଓ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି । ଏହି ଯାତ୍ରାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ରାଷ୍ଟ୍ରପତି ମେଟ୍ରୋ ସିଟ୍ରେ ବସିଥିବାର ନଜର ଆସୁଛନ୍ତି । ତାଙ୍କ ଚାରିପାଖରେ ସୁରକ୍ଷାକର୍ମୀ ଘେରି ରହିଛନ୍ତି ।

ମେଟ୍ରୋରେ ଯାତ୍ରା ସମୟରେ ଡିଏମ୍ଆର୍ସି (DMRC)ର ଉଚ୍ଚ ଅଧିକାରୀ ରାଷ୍ଟ୍ରପତିଙ୍କୁ ମେଟ୍ରୋ ବିଷୟରେ ସୂଚନା ଦେଉଛନ୍ତି । ଏହାସହିତ ରାଷ୍ଟ୍ରପତି ମଧ୍ୟ ମେଟ୍ରୋ ଅଧିକାରୀଙ୍କୁ ପ୍ରଶ୍ନ ପଚାରୁଥିବା ନଜର ଆସୁଛନ୍ତି । ଯାତ୍ରା ସମୟରେ ଜଣେ ଫଟୋଗ୍ରାଫର ରାଷ୍ଟ୍ରପତିଙ୍କ ଫଟୋ ମଧ୍ୟ ଉଠାଉଛନ୍ତି ।
ନ୍ୟୁଜ୍ ଏଜେନ୍ସି ତରଫରୁ ଜାରି ଭିଡିଓରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଳଦିଆ ରଙ୍ଗର ଶାଢି ଏବଂ ମଷ୍ଟାର୍ଡ ରଙ୍ଗର ସ୍ୱେଟର ପିନ୍ଧି ଯାତ୍ରା କରୁଛନ୍ତି । ଏହି ଭିିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦିଲ୍ଲୀର ଲାଇଫ୍ଲାଇନ କୁହାଯାଉଥିବା ମେଟ୍ରୋରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଡିଏମ୍ଆର୍ସିର ବରିଷ୍ଠ ଅଧିକାରୀ ମେଟ୍ରୋର ସଞ୍ଚାଳନ ବିଷୟରେ ବିସ୍ତୃତ ଭାବରେ ବୁଝାଉଛନ୍ତି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନେକ ଥର ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ଲୋକଙ୍କ ସହିତ କଥା ହୋଇଛନ୍ତି ।
#WATCH | President Droupadi Murmu takes a metro ride in Delhi. pic.twitter.com/Elc2pdUmHJ
— ANI (@ANI) February 7, 2024