NCP ଛଡ଼ାଇ ନିଆଯିବା ପରେ ଏବେ ଶରଦ ପାଓ୍ଵାର ଯିବେ ସୁପ୍ରିମ୍‌କୋର୍ଟ

ନିର୍ବାଚନ ଆୟୋଗ ଫେବୃୟାରୀ ୭ ଅପରାହ୍ନ ୪ଟା ସୁଦ୍ଧା ଶରଦ ପାୱାରଙ୍କ ଦଳକୁ ନୂତନ ରାଜନୈତିକ ପାର୍ଟିର ନାମ ବାଛିବା ପାଇଁ ସମୟ ଦେଇଛନ୍ତି । ଏହି ପ୍ରସଙ୍ଗରେ ଶରଦ ପାୱାରଙ୍କ ଘରେ ବୈଠକ ବସିଥିଲା । ବର୍ତ୍ତମାନ ବୈଠକ ଶେଷ ହୋଇଛି ।

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି । ଶିବସେନା ପରେ ଏବେ NCPର ଅବସ୍ଥା ମଧ୍ୟ ସେହିଭଳି ହୋଇଯାଇଛି । ନିର୍ବାଚନ ଆୟୋଗ ମଙ୍ଗଳବାର ଅଜିତ ପାୱାରଙ୍କ ଦଳକୁ ଅସଲି NCP ଘୋଷଣା କରିଛନ୍ତି । ଆୟୋଗ ଅଜିତ ପାୱାରଙ୍କ ଦଳକୁ ପାର୍ଟିର ନାମ ଏବଂ ନିର୍ବାଚନ ଚିହ୍ନ (ଘଣ୍ଟା) ବଣ୍ଟନ କରିଛନ୍ତି ।

ନିର୍ବାଚନ ଆୟୋଗ ଶରଦ ପାୱାରଙ୍କ ଦଳକୁ ଫେବୃୟାରୀ ୭ ଅପରାହ୍ନ ୪ଟା ସୁଦ୍ଧା ନୂତନ ରାଜନୈତିକ ପାର୍ଟିର ନାମ ବାଛିବା ପାଇଁ ସମୟ ଦେଇଛନ୍ତି । ଏହି ପ୍ରସଙ୍ଗରେ ଶରଦ ପାୱାରଙ୍କ ଘରେ ବୈଠକ ବସିଥିଲା । ବର୍ତ୍ତମାନ ବୈଠକ ଶେଷ ହୋଇଛି ।

ଶରଦ ପାୱାର କହିଛନ୍ତି ଯେ ଆମେ ସୁପ୍ରିମକୋର୍ଟ ଯିବୁ । ଦଳର ନୂଆ ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ନିର୍ବାଚନ ଆୟୋଗକୁ ଆମେ ଅପରାହ୍ନ ୩ଟା ସୁଦ୍ଧା ଉତ୍ତର ଦେବୁ ।

ସୂତ୍ରରୁ ପ୍ରକାଶ ଯେ ପାର୍ଟିର ନାମ ‘ଶରଦ ପାୱାର କଂଗ୍ରେସ’, ‘ମେଁ ରାଷ୍ଟ୍ରବାଦୀ’ କିମ୍ବା ‘ଶରଦ ପାୱାର ସ୍ୱାଭିମାନୀ ପକ୍ଷ’ ହୋଇପାରେ । ଏହିପରି ଦଳୀୟ ଚିହ୍ନ ପାଇଁ ଉଦୟ ସୂର୍ଯ୍ୟ ଏବଂ ଚଷମା ଉପରେ ବିଚାର କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.