ଏବେ କ୍ଷୀର ପାଇଁ କାନ୍ଦୁଛି ପାକିସ୍ତାନ , ଲିଟର ଦର ପହଁଚିଲା ୧୮୦ ଟଙ୍କାରେ

ପୂର୍ବରୁ ଟମାଟୋ ଆଉ ଏବେ କ୍ଷୀର ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଭାରତର ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ବଢି ଚାଲିଛି ପାକିସ୍ତାନର ଦୁର୍ଦ୍ଦଶା । ପୂର୍ବରୁ ବିଭିନ୍ନ ପନିପରିବା ତଥା ଖାଦ୍ୟ ସାମଗ୍ରୀ ଦର ମହଙ୍ଗା ହୋଇଥିଲା । ଏବେ ପାକିସ୍ତାନରେ କ୍ଷୀର ଦର ଆକାଶ ଛୁଇଁଛି । ଯାହା ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଜ୍ଞା ହଁ ‘ଦ କରାଚୀ ଡାଏରୀ ଫାର୍ମସ୍ ଏସୋସିଏନ୍’ ଅଚାନକ କ୍ଷୀର ଦର ୨୩ ଟଙ୍କା ବଢ଼ାଇ ଦେଇଛି । ଯାହା ଫଳରେ ପାକିସ୍ତାନରେ କ୍ଷୀର ଲିଟର ପିଛା ଦର ୧୨୦ ଟଙ୍କାରେ ପହଁଚି ଯାଇଛି । କିନ୍ତୁ ସେଠାକାର ଖୁଚୁରା ବେପାରୀମାନେ କ୍ଷୀର ଲିଟରକୁ ୧୦୦ରୁ ୧୮୦ ଟଙ୍କାରେ ବିକ୍ରି କରୁଛନ୍ତି। ଆପଣମାନେ ଚାଣିଥାନ୍ତୁ କି ଭାରତୀୟ ଟଙ୍କା ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ଅଧା ଅଟେ ।

pakistanମହଙ୍ଗା ଦରରେ ଅଣନିଶ୍ବାସୀ ହୋଇଯାଇଥିବା ପାକିସ୍ତାନର ଜନତା ଏବେ ପ୍ରବଳ ଅସନ୍ତୋଷ ଭିତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପକ୍ଷେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା କଷ୍ଟକର ବ୍ୟାପାର ହୋଇପଡିଛି । ପାକିସ୍ତାନର ଏକ ଦୈନିକ ଖବରକାଗଜ ଅନୁସାରେ, ଫାର୍ମସ୍ ଆସୋସିଏସନ୍ ସରକାରଙ୍କୁ ବହୁ ଥର ଦର ବଢାଇବା ପାଇଁ ଅନୁରୋଧ କରିଥିଲେ । ତେବେ ଯେତେବେଳେ ସରକାର ତାଙ୍କ କଥା ନଶୁଣିଲେ ସେତେବେଳେ ସେ ନିଜ ଅନୁସାରେ ଏହି ଦର ବଢାଇର ନିଷ୍ପତ୍ତି ନେଇଥିଲେ ।

raw milkଆସୋସିଏସନର ଜଣେ ଅଧିକାରୀଙ୍କ କହିବା ମୁତାବକ, କ୍ଷୀର ଦର ସମ୍ପର୍କରେ କିଛି ଗୋଟିଏ ନିଷ୍ପତ୍ତି ନେବା ପାଇଁ ସରକାରୀ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ କିନ୍ତୁ କିଛି ଲାଭ ହେଲା ନାହିଁ । ଗୋରୁଗାଈଙ୍କ ଚାରା ମୂଲ୍ୟ ଚାରି ଗୁଣା ଏବଂ ଇନ୍ଧନ ମୂଲ୍ୟ ମଧ୍ୟ ବହୁତ ବଢିଯାଇଛି। ତେଣୁ ସେମାନେ କ୍ଷୀର ଦର ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।
ଅନ୍ୟପଟେ ଆସୋସିଏସନର ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ପ୍ରଶାସନ କହିଛି । ପ୍ରଶାସନ କ୍ଷୀର ଲିଟର ପିଛା ୯୪ଟଙ୍କା ସ୍ଥିର କରିଥିବା ବେଳେ ବଜାରରେ ଅଧିକ ଦାମରେ କ୍ଷୀର ବିକୁଥିବା ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ ପାକିସ୍ତାନରେ ମାର୍ଚ୍ଚ ୨୦୧୯ରେ ମୁଦ୍ରାସ୍ଫୀତି ଗତ ପାଞ୍ଚ ବର୍ଷ ତୁଳନାରେ ସବୁଠାରୁ ଉଚ୍ଚ ସ୍ତର ୯.୪୧ ପ୍ରତିଶତରେ ପହଁଚିଛି । ଏପ୍ରିଲ ୨୦୧୪ ପରଠାରୁ ଏହା ସର୍ବାଧିକ । ସେହି ସମୟରେ ମୁଦ୍ରାସ୍ଫୀତି ୯.୨ ପ୍ରତିଶତ ଥିଲା ।

milkତେବେ ବର୍ତ୍ତମାନର ସ୍ଥିତି କହୁଛି କି ପାକିସ୍ତାନରେ ୧୦ଲକ୍ଷ ଲୋକ ରୋଜଗାର ହରାଇ ପାରନ୍ତି । ଫଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୪୦ଲକ୍ଷ ଟପି ଯାଇପାରେ । ଏସବୁକୁ ଆୟତ୍ତ କରିବା ପାଇଁ ପାକିସ୍ତାନ ପାଖରେ ଆବଶ୍ୟକ ପରିମାଣର ସମ୍ବଳ ମଧ୍ୟ ନାହିଁ । ପାକିସ୍ତାନ ପାଖରେ ବର୍ତ୍ତମାନ ୮.୫ ବିଲିୟନ୍‌ର ବିଦେଶୀ ପୁଞ୍ଜି ରହିଛି । ତେବେ ଏତିକି ଅର୍ଥ ମାତ୍ର ଦୁଇ ମାସ ପର୍ଯ୍ୟନ୍ତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.