ଜମ୍ମୁ ଓ କଶ୍ମୀରର ସୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଶନିବାର ଦିନ ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟ ଯୋଗୁଁ ଜମ୍ମୁ ଓ କଶ୍ମୀରର ସୋପିଆନ ଜିଲ୍ଲାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗହନ୍ଦ ଗାଁର ଏକ ବଗିଚା ଅଞ୍ଚଳରେ ସ୍ୱଳ୍ପ ସମୟ ଧରି ଗୁଳି ବିନିମୟ ହେବା ପରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏନେଇ ଜଣେ ସରକାରୀ କର୍ମଚାରୀ ସୂଚନା ଦେଇ କହିଛନ୍ତି କି ନିହତ ହୋଇଥିବା ଆତଙ୍କବାଦୀଙ୍କ ବାସ୍ତବ ପରିଚୟ ଓ ସେମାନେ କେଉଁ ସଙ୍ଗଠନର ତାହା ତଦନ୍ତ ଚାଲିଛି। ତେବେ ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ।