ପୁଣି ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ , ଆବେ-ମୋଦି କୋଳାକୋଳି

ନୂଆଦିଲ୍ଲୀ : ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି ମୋଦି । ୨୦୧୪ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱାଦଶତମ ଭେଟ୍ଘାଟ । ଏହାସହ ଦୁଇ ନେତାଙ୍କ ମଧ୍ୟରେ ଏହା ପଞ୍ଚମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ। ଭାରତକୁ ଛାଡିଦେଲେ ଜାପାନ ଅନ୍ୟ କୌଣସି ଦେଶ ସହ ବାର୍ଷିକ ସମ୍ମିଳନୀ କରୁନାହିଁ। ଭାରତ ମଧ୍ୟ କେବଳ ଋଷ ଓ ଜାପାନ ସହ ବାର୍ଷିକ ସମ୍ମିଳନୀ କରେ। ଆବେଙ୍କ ହୋଲିଡେ ଭିଲ୍ଲା ୟାମାନସିରେ ଦୁଇ ନେତା ଏକାଠି ନୈଶଭୋଜି କରିବା ପରେ ଟୋକିଓ ଗସ୍ତ କରିଛନ୍ତି ।
ଆଜି ଦିନ ତମାମ, ସିଞ୍ଜୋ ଆବେ ଓ ନରେନ୍ଦ୍ର ମୋଦି ଆଞ୍ଚଳିକ ସହଯୋଗ, ପ୍ରତିରକ୍ଷା, ଆାର୍ଟିଫିସିଆଲ ଇଣ୍ଟିଲିଜେନ୍ସ , ରୋବଟିକ୍ସ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବେ-ମୋଦି ଆଜି ଫାନୁକ୍ କର୍ପୋରେସନ ଯାଇ ବୁଲି ଦେଖିଥିଲେ। ଫାନୁକ୍ ବିଶ୍ୱର ବୃହତ୍ତମ ଇଣ୍ଡଷ୍ଟ୍ରିଆଲ୍ ରୋବଟ୍ସ ନିର୍ମାଣକାରୀ କଂପାନୀ। ଏହି ଅବସରରେ ଆବେ କହିଛନ୍ତି ଯେ ମୋଦି ହେଉଛନ୍ତି ତାଙ୍କର ଅନ୍ୟତମ ବିଶ୍ୱସ୍ତ ବନ୍ଧୁ । ଆସନ୍ତାକାଲି ଶିଖର ସମ୍ମିଳନୀରେ ଦୁଇ ନେତା ବିଧିବଦ୍ଧ ଭାବେ ଆଲୋଚନା କରିବେ । ଆର୍ଥିକ ସହଯୋଗ ଓ ଦ୍ୱିପାକ୍ଷିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ ।
ଆବେ-ମୋଦି କୋଳାକୋଳି । ୨୦୧୪ ପରଠାରୁ ଏହା ଦ୍ୱାଦଶତମ ଭେଟ୍ଘାଟ। ଏହା ନରେନ୍ଦ୍ର ମୋଦିଙ୍କ ତୃତୀୟ ଜାପାନ ଗସ୍ତ। ସିଞ୍ଜୋ ଆବେ ମଧ୍ୟ ୨୦୧୪, ୨୦୧୫ ଓ ୨୦୧୭ରେ ଭାରତ ଆସିଛନ୍ତି। ଏହାସହ ଦୁଇ ନେତାଙ୍କ ମଧ୍ୟରେ ଏହା ପଞ୍ଚମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀ। ଭାରତକୁ ଛାଡିଦେଲେ ଜାପାନର ଅନ୍ୟ କୌଣସି ଦେଶ ସହ ବାର୍ଷିକ ସମ୍ମୀଳନୀ କରୁନାହିଁ। ଭାରତ ମଧ୍ୟ କେବଳ ଋଷ ଓ ଜାପାନ ସହ ବାର୍ଷିକ ସମ୍ମିଳନୀ କରେ। ସିଞ୍ଜୋ ଆବେଙ୍କ ୟାମାନାସି ସ୍ଥିତ ହଲିଡେ ହୋମ୍ରେ ମୋଦିଙ୍କ ଡିନର। ନିଜ ଘରେ ଜାପାନ ପ୍ରଧାନମନ୍ତ୍ରୀ ପ୍ରଥମ ଥର ଲାଗି କୌଣସି ବିଦେଶୀ ନେତାଙ୍କ ସହ ଡିନର କରିଛନ୍ତି। ଏଥିରୁ ଜଣାପଡୁଛି ଜାପାନ-ଭାରତ ସହ ମୋଦି-ଆବେ ସମ୍ପର୍କ।
ଏସିଆ ମହାଦେଶରେ, ଚୀନ, ଭାରତ ଓ ଜାପାନ ତିନିଟି ମହାଶକ୍ତି। ଚୀନ ସହ ଟକ୍କର ଦେବାକୁ ହେଲେ ଉଭୟ ଭାରତ-ଜାପାନ ମଧ୍ୟରେ ସହଯୋଗ ବେଶ ଗୁରୁତ୍ୱପୂର୍ଣ୍ଣ। ଏହାସହ ଆର୍ଥିକ ଓ ବୈଷୟିକ କ୍ଷେତ୍ରରେ ଭାରତର ଲୁକ୍ ଇଷ୍ଟ ପଲିସିରେ ଜାପାନ ଭାରତର ବିଶ୍ୱନୀୟ ସହଯୋଗୀ। ଆଜି ଦିନ ତମାମ, ସିଞ୍ଜୋ ଆବେ ଓ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆାର୍ଟିଫିସିଆଲ ଇଣ୍ଟିଲିଜେନ୍ସ, ରୋବଟିକ୍ସ ସହ ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବେ-ମୋଦି ଆଜି ଫାନୁକ୍ କର୍ପୋରେସନ ଯାଇ ବୁଲି ଦେଖିଥିଲେ। ଫାନୁକ୍ ବିଶ୍ୱର ବୃହତ୍ତମ ଇଣ୍ଡଷ୍ଟ୍ରିଆଲ୍ ରୋବଟ୍ସ ନିର୍ମାଣକାରୀ କଂପାନୀ।
ମୋଦି ସରକାର ଆସିବା ପରେ ଜାପାନକୁ ସ୍ପେସାଲ ଷ୍ଟ୍ରାଟାର୍ଜିକ ଗ୍ଲୋବାଲ ପାର୍ଟନରସିପ୍ ଭାବେ ଗ୍ରହଣ କରିଛନ୍ତି। ଭାରତର ମେକ୍ ଇନ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଓ ଷ୍ଟାର୍ଟ ଅପ୍ ଇଣ୍ଡିଆ ଅଭିଯାନରେ ଜାପାନର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଛି । ଅହମ୍ମଦାବାଦ୍-ମୁମ୍ବାଇ ବୁଲେଟ୍ ଟ୍ରେନ ପ୍ରକଳ୍ପ ନିର୍ମାଣ କରୁଛି ଜାପାନ। ଏହା କାର୍ଯ୍ୟକ୍ଷମ ହେଲେ ଭାରତ-ଜାପାନ ସମ୍ପର୍କ ପାଇଁ ବଡ଼ ମାଇଲ ଖୁଣ୍ଟ ହେବ।