ଭାରତ ସବୁବେଳେ ଶାନ୍ତି ଚାହେଁ କିନ୍ତୁ ଉସୁକାଇଲେ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ: ମୋଦି

କେନ୍ୟୁଜ୍ (ବ୍ୟୁରୋ): ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭରେ  ଗଲୱାନ ସହିଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶ୍ରଦ୍ଧାଞ୍ଜଳୀ  ଦୁଇ ମିନିଟ ନିରବ ପ୍ରାର୍ଥନା କରି ଏଲଏସିରେ ବଳିଦାନ ଦେଇଥିବା ଯବାନଙ୍କ ସ୍ମୃତିଚାରଣ କରିଥିଲେ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ ।

ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ସେନା ଯେ କୌଣସି ପରିସ୍ଥିତିର ମୁକାବିଲାପାଇଁ ସମର୍ଥ ଅଛି । ଆମେ ଶାନ୍ତି ଚାହୁଁ, କିନ୍ତୁ ଜବାବ ଦେଇ ଜାଣିଛୁ । ଉସୁକାଇଲେ ଉଚିତ୍‌ ଜବାବ ଦେବାକୁ ଭାରତ ସମର୍ଥ । ଭାରତ ନିଜର ଅଖଣ୍ଡତା ପାଇଁ ବୁଝାବଣା କରିବ ନାହିଁ ଓ ସହିଦ ଯବାନଙ୍କ ଉପରେ ମୁଁ ଓ ସାରାଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଦେଶବାସୀଙ୍କୁ ଆଶ୍ୱାସନା ଦେଇ ମୋଦି କହିଛନ୍ତି ଯେ ଆମର ବୀର ଯବାନମାନେ ଶତ୍ରୁକୁ ମାରି ମାରି ମରିଗଲେ । କିନ୍ତୁ ସେମାନଙ୍କ ବଳିଦାନ ବେକାର ଯିବ ନାହିଁ । ତାହାର ଦୃଢ ଜବାବ ଦିଆଯିବ । ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା ରହିଆସିଛି । ଭାରତକୁ ଉସୁକାଇଲେ, ଏକ ଦୃଢ ଜବାବ ଦେବାକୁ ସକ୍ଷମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.