Below header

ବାପା-ଝିଅଙ୍କର ଏହି ଫଟୋ ଲୋକଙ୍କୁ କରିଦେଇଛି ଭାବୁକ, କିନ୍ତୁ କାହିଁକି ପଢନ୍ତୁ

ସବୁ ବାପା ମାଙ୍କର ସ୍ୱପ୍ନ ଥାଏ ସନ୍ତାନଙ୍କ ଉତ୍ତମ ଭବିଷ୍ୟତ। ଏକ ଏମିତି ଭବିଷ୍ୟତ ଯାହା ଜୀବନରେ ତାଙ୍କୁ ନିଜ ସନ୍ତାନ ସନ୍ତତି ପାଇଁ ଗର୍ବ ଅନୁଭବ ହେବ। ଗର୍ବରେ ଛାତି ଚଉଡ଼ା ହୋଇଯାଉଥିବ। ସବୁ ମାଆ ବାପା ଚାହଁନ୍ତି ସେମାନଙ୍କ ପୁଅ ଝିଅ ଜୀବନରେ ସଫଳତା ପାଆନ୍ତୁ ଏବଂ କିଛି ବଡ ପଦବୀରେ ରୁହନ୍ତୁ।


ଏମିତି ଜଣେ ବାପା-ଝିଅଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣ ବି ଭାବବିହ୍ଵଳ ହୋଇପଡିବେ। ସେହିପରି ଆମେ ତ କହିବୁ ଯେଉଁମାନେ ଝିଅ ମାନଙ୍କୁ ବୋଝ ବୋଲି ଭାବି ହତ୍ୟା କରିଦଉଛନ୍ତି ସେମାନେ ଏଥିରୁ କିଛି ନିଶ୍ଚୟ ଶିକ୍ଷା କରିବା ଉଚିତ।


ଏହି ଫଟୋକୁ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି ଯେ ଏହି ମହିଳା ଡେପୁଟି ଏସପି, ମଣିପୁର ରାଜଧାନୀ ଇମ୍ପାଲର ଅଟନ୍ତି। ଆଉ ସେ ଲେଖିଛନ୍ତି ଏହି ଫୋଟୋରେ ଜଣେ ବାପା ତାଙ୍କ ଝିଅ ପାଇଁ ଗର୍ବ ଅନୁଭବ କରି ଖାକି ବର୍ଦ୍ଦି ପିନ୍ଧିଥିବା ଝିଅର ଷ୍ଟାର ଦେଖୁଛନ୍ତି। ସତରେ ଏହି ଗୋଟିଏ ଫଟୋ ଆପଣଙ୍କୁ ଅନେକ କଥା କହିଦିଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.