Below header

ମେ’ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା, ଜୁଲାଇ ଶେଷରେ ପ୍ରକାଶ ପାଇବ ଫଳ

କଟକ: ମେ’ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା । ୧୯ ତାରିଖରେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରିବେ ଅବଜରଭର । ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ସାମାଜିକ ଦୂରତା ଓ କୋଭିଡ୍‌-୧୯ର କଟକଣାକୁ ଗୁରୁତ୍ୱ ଦିଆଯାଇ ଖାତାଦେଖା ହେବ । ଏବେ ପ୍ରବଳ ଖରା ହେଉଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହ ଶିକ୍ଷକଙ୍କ ସ୍ୱତନ୍ତ୍ର ଇନ୍‌ସେନ୍‌ଟିଭ୍‌ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Bihar Board 10th result 2018: 42,000 copies lost; result postponed ...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ବୋର୍ଡର ଅଧିକାରୀମାନେ ଉପସ୍ଥିତ ଥିଲେ ।  ମାର୍ଚ୍ଚ ମାସରେ ହାଇସ୍କୁଲ ସାର୍ଟିଫିକେଟ୍‌, ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ଖାତାଦେଖା ଆରମ୍ଭ ହୋଇଥିଲା । ହେଲେ ମାତ୍ର ଗୋଟିଏ ଦିନ ଖାତା ଦେଖା ହୋଇଥିଲା । କରୋନା ପାଇଁ ସ୍ଥଗିତ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.