ତାଲା ବନ୍ଦ ସମୟରେ ସଡ଼କ ଦୁର୍ଘଟଣାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରବାସୀ ପ୍ରାଣ ହରାଇଛନ୍ତି । ମାର୍ଚ୍ଚ ୨୪ରୁ ମେ ୩ତାରିଖ ଭିତରେ ୩୦% ଲୋକ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି । ଲକ୍ ଡାଉନ୍ ରୁ ମେ ୭ ତାରିଖ ଭିତରେ ପାଖାପାଖି ୧୪୦ଜଣଙ୍କର ମୃତ୍ୟୁ ହୋଇଛି । ଏହି ସବୁ ଘଟଣା ଘଟିଯାଇଛି କେବଳ ଭିଟାମାଟିକୁ ଫେରିବା ଆଶାରେ । ଅଧାରେ ରହିଯାଇଛି ସେମାନଙ୍କ ସବୁ ସ୍ବପ୍ନ । ସତରେ ଏହି ଯାତ୍ରା ଭାରି ବିପଦପୂର୍ଣ୍ଣ । ସେ ଭଡା ଦେବାକୁ ହେଉ କିମ୍ବା ଖାଦ୍ୟ କିଣିବାକୁ ସବୁଥି ପାଇଁ ଦରକାର ଟଙ୍କା । ଯାହା ନ ଥିବାରୁ ହଜାର ହଜାର ପ୍ରବାସୀ ପାଦରେ, ସାଇକେଲରେ କିମ୍ବା ଟ୍ରକ୍ , ବସ୍ଏବଂ ଅନ୍ୟାନ୍ୟ ଯାନରେ ନିଜ ଜନ୍ମ ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ଯାହାଫଳରେ ନିଜେ ହିଁ ବିପଦକୁ ଡାକିଆଣୁଛନ୍ତି ।
ସେମାନଙ୍କ ଫେରିବା ତାଙ୍କ ଘର ଲୋକକଙ୍କୁ ଯେତିକି ଖୁସି ଦେଉଛି ସମାଜ ପାଇଁ ଏବଂ ସେମାନଙ୍କ ନିଜ ପାଇଁ ସେତିକି ବିପଦ ଟାଣି ଆଣୁଛି। ଲୁଚି ଛପି ,ଗଳାବାଟ ଦେଇ ପ୍ରବାସୀ ମାନେ ଫେରିଆସୁଛନ୍ତି ସତ ହେଲେ କେଉଁଠି ଦୁର୍ଘଟଣାର ଶିକାର ହେଉଛନ୍ତି ତ କେଉଁଠି କରୋନା ସଂକ୍ରମିତ ହୋଇ ସମାଜରେ ଆକ୍ରାନ୍ତଙ୍କ ସଂଖ୍ଯା ବଢାଇବାରେ ଦାୟୀ ରହୁଛନ୍ତି । ଓଡିଶାରେ ସୁରତ ଫେରନ୍ତା ଏବେ ବଢାଛନ୍ତି ଟେନସନ୍ । ଯେଉଁ ରାଜ୍ଯରେ ଜଣେ କି ଦୁଇ ଜଣେରେ ଆକ୍ରାନ୍ତଙ୍କ ସଂଖ୍ଯା ସୀମିତ ଥିଲେ ଆଜି ସେହି ରାଜ୍ଯରେ ସବୁ ପ୍ରବାସୀ ଫେରନ୍ତାଙ୍କ ପାଇଁ ସଂକ୍ରମିତଙ୍କ ସଂଖ୍ଯା ୩୦୦ ଛୁଇଁବାକୁ ବସିଲାଣି । ଆଗକୁ ଏହି ସଂଖ୍ଯା ଆହୁରୀ ବଢିବ ଏଥିରେ କୌଣସି ଦ୍ବିଧା ନାହିଁ । ଏବେ ଏହି ଚେନ୍ କୁ ଆୟତ କରିବା ଭାରି ମୁସ୍କିଲ୍ ହୋଇଗଲାଣି । ଏଥିରେ ପୁଣି ପ୍ରବାସୀ ମାନଙ୍କ ଦୁର୍ଘଟଣାଗତ ମୃତ୍ୟୁ ସମସ୍ତଙ୍କ ଚିନ୍ତାକୁ ଆହୁରୀ ବଢାଇଦେଇଛି ।
ତେବେ ଏସବୁ ଭିତରେ ମନରେ ପ୍ରଶ୍ନ ଆସୁଛି ଏଥି ପାଇଁ ଦାୟି କିଏ? କିଏ କହିବ ସରକାର ତ କିଏ କହିବ ପରିସ୍ଥିତି । ହେଲେ କଣ ଆମ ନିଜର ଭାବିବା ଶକ୍ତି ଲୋପ ପାଇଗଲାଣି। ନିଜ ପାଇଁ କେଉଁଟା ଠିକ୍ ଆଉ କେଉଁଟା ଭୂଲ୍ ତାହା କଣ ଆମ ନିଜଠାରୁ କିଏ ଅଧିକ ଜାଣିବ। ଆଜିର ପରିସ୍ଥିତି କାଲିକୁ ନଥିବ ଏକଥା ସତ, ହେଲେ ଥରେ ଜୀବନ ଗଲେ ଆଉ ଫେରିବନି । ତେଣୁ ଏ ବିପଦ ପୂର୍ଣ୍ଣ ଯାତ୍ରାଠାରୁ ଦୁରେଇ ରହି ପରିସ୍ଥିତି ସହିତ ଖାପ ଖୁଆଇ ଧର୍ଯ୍ଯ ଧରିବାକୁ ପଡିବ । ନଚେତ୍ ସବୁକିଛି ହରେଇବାକୁ ଖୁବ୍ କମ୍ ସମୟ ।