ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଦାନ ଦେଲେ ମିଳିବ ଟ୍ୟାକ୍ସ ଛାଡ, ନୂଆ ଆଦେଶ ଜାରି କଲେ ସରକାର

ଯଦି ଆପଣ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେବା ପାଇଁ ଭାବୁଛନ୍ତି ତେବେ ଆପଣମାନଙ୍କ ପାଇଁ ଏକ ଭଲ ସୂଚନା | ସୂଚନା ମୁତାବକ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି | ଏହି ସୂଚନା ଅନୁଯାୟୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଉଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ସରେ ଛାଡ କରାଯିବ | ଏହି ଛାଡ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ରରେ ଦାନ ଦେବା ପରେ ହିଁ ପାଇପାରିବେ | ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏହି ଛାଡ ଆୟକର ଅଧିନିୟମ, ୧୯୬୧ ଧାରା 80G ଜରିଆରେ ଦିଆଯିବ |

ayodhyaରିପୋର୍ଟ ଅନୁଯାୟୀ ଚଳିତ ବର୍ଷ “ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ” ତିଆରି କରାଯାଇଛି ଏବଂ ମନ୍ଦିର ନିର୍ମାଣ କରିବା ପାଇଁ ଏହି ଜରିଆରେ ସମସ୍ତ ଦାନ ଦିଆଯିବ | ଏହାକୁ ପ୍ରମାଣ କରିବା ପାଇଁ ଆପଣଙ୍କ ପାଖରେ ଟ୍ରଷ୍ଟ ପକ୍ଷରୁ ମିଳିଥିବା ଦାନର ରସିଦ ରଖିବା ଜରୁରୀ | ଏଥିସହ ଏହି ରସିଦରେ ଟ୍ରଷ୍ଟର ନାଁ, ଠିକଣା, ପାନ, ଦାନ ଦେଇଥିବା ବ୍ୟକ୍ତିଙ୍କ ନାଁ ଏବଂ ଦାନ ଦେଇଥିବା ଅର୍ଥରାଶି ରହିବ |
ସୂଚନାରେ କୁହାଯାଇଛି ଧାରା 80G ଜରିଆରେ ସମସ୍ତ ଧାର୍ମିକ ଟ୍ରଷ୍ଟକୁ ଛାଡ ଦିଆଯାଇନଥାଏ | ଆୟକର ଛାଡ କରିବାକୁ ଧାର୍ମିକ ଟ୍ରଷ୍ଟକୁ ପ୍ରଥମେ ରେଜିଷ୍ଟ୍ରେସନ ପାଇଁ ଆବେଦନ କରିବାକୁ ପଡିବ | ଏହାପରେ ଧାରା 80 ଜି ଜରିଆରେ ଛାଡ଼ କରାଯାଇଥାଏ |

ଜାଣନ୍ତୁ 80G ଧାରା କଣ ?

WORKଆୟକର ବିଭାଗ ଧାରା 80G ଜରିଆରେ କୌଣସି ବ୍ୟକ୍ତି, ଏଚୟୁଏଫ କିମ୍ବା କମ୍ପାନୀ କୌଣସି ଫଣ୍ଡ ବା ଚାରିଟେବୁଲ ସଂସ୍ଥାକୁ ଦିଆଯାଉଥିବା ଦାନ ଉପରେ ଟ୍ୟାକ୍ସ ଛାଡ କରିଥାଏ | ଏହାର ସର୍ତ୍ତ ରହିଛି ଆପଣ ଯେଉଁ ସଂସ୍ଥାକୁ ଦାନ ଦେଉଛନ୍ତି ସେଥିରେ ଦାନ ଦେବା ନେଇ ଜାରି କରାଯାଇଥିବା ସୂଚନାକୁ ଅବଲମ୍ବନ କରିବାକୁ ପଡିବ | ଏହି ଯୋଗଦାନ ଟଙ୍କା କିମ୍ବା ଚେକ ମାଧ୍ୟମରେ କରାଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.