ଅଦ୍ଭୁତ ଏହି ଦେଶ, ଯେଉଁଠି ଲୋକେ କରୋନା ପଜେଟିଭ ହେବା ପାଇଁ ଜାଣିଶୁଣି କରୁଛନ୍ତି ପାର୍ଟି’

ସମଗ୍ର ବିଶ୍ୱରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଏଥିରୁ ବଞ୍ଚିବା ପାଇଁ ଘରେ ଲକଡାଉନ ହୋଇ ରହିଛନ୍ତି। ଏହାସତ୍ତ୍ୱେ ମଧ୍ୟ ଆମେରିକାରେଦିନକୁ ଦିନ ଅଧିକାଂଶ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏପର୍ଯ୍ୟନ୍ତ ଆମେରିକାରେ ମୃତ୍ୟୁ ସଂଖ୍ୟା ୭୭ ହଜାରରେ ପହଞ୍ଚିଛି। ଏହି ସମୟରେ ଆମେରିକାର ଅନେକ ସହରରୁ ଲକଡାଉନ୍ ଭାଙ୍ଗିବା ଏବଂ ସାମାଜିକ ଦୂରତା ଅବମାନନା ଖବର ଆସିଛି। ଏଥିସହିତ ଆମେରିକାର ଅନେକ ଅଧିକାରୀ ‘କରୋନା ପାର୍ଟି’ କୁ ନେଇ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି।

drink

ଏଏଫ୍ପି ରିପୋର୍ଟ ଅନୁଯାୟୀ, ୱାଶିଂଟନର ୱାଲାୱାଲା ଜିଲ୍ଲାର ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ, କରୋନା ଭାଇରସ ପାର୍ଟି ହେତୁ ଏହି ଅଞ୍ଚଳରେ ୧୦୦ଟି କରୋନା ମାମଲା ରୁଜୁ ହୋଇଛି। ପାର୍ଟିରେ ଲୋକମାନେ ଜାଣିଶୁଣି ଏହି ଭାଇରସ ବିସ୍ତାର କରିଥିଲେ। ୱାଶିଂଟନ୍ର ସ୍ୱାସ୍ଥ୍ୟ ସଚିବ ଜନ୍ ୱାଇସମାନ କହିଛନ୍ତି ଯେ, ମହାମାରୀ ମଧ୍ୟରେ ଲୋକଙ୍କୁ ଏକାଠି କରିବା ବିପଦପୂର୍ଣ୍ଣ। ଏହାଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ବଢ଼ିଯାଏ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ ।

party

ଆମେରିକାର ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ କରୋନାରୁ ଆରୋଗ୍ୟ ହୋଇଛନ୍ତି ସେମାନେ ଦୀର୍ଘ ଦିନ ଧରି ଆଉ ଅସୁସ୍ଥ ହେବେ ନାହିଁ, ଏପରିକି ଏହି ସମୟରେ ଏହା ବିଷୟରେ କୌଣସି ସୂଚନା ନାହିଁ। ୱିସମାନ ଏହା ମଧ୍ୟ କହିଛନ୍ତି ଯେ ଦୀର୍ଘ ଦିନ ପରେ ଆମ ଶରୀରରେ ଜୀବାଣୁଙ୍କର ପ୍ରଭାବ କ’ଣ ହେବ, ବର୍ତ୍ତମାନ ସୁଦ୍ଧା ଏହା ବିଷୟରେ ଜଣା ପଡିନାହିଁ। ଗତ ମାସରେ ଆମେରିକାର ଚିକାଗୋରେ ଏକ ପାର୍ଟିର ସାମାଜିକ ଦୂରତାକୁ ଅବମାନନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପାର୍ଟି ପାଇଁ ଶତାଧିକ ଲୋକ ଗୋଟିଏ ଘରେ ଏକାଠି ହୋଇଥିଲେ। ପାର୍ଟିରେ ଭାଗ ନେଉଥିବା ଯୁବକ ମଧ୍ୟ ନିଜେ ଭିଡିଓ ଅପଲୋଡ୍ କରିଥିଲେ।

party drink

କରୋନା ଭାଇରସ ନାମରେ ହେଉଥିବା ପାର୍ଟିରେ ଯେଉଁ ଲୋକ ସଂକ୍ରମିତ ହେଉନାହାନ୍ତି, ସେମାନେ ପଜେଟିଭ ଥିବା ଲୋକଙ୍କ ସହିତ ମିଳାମିଶା କରୁଛନ୍ତି। ଏଥିପାଇଁ ଆମେରିକାରେ ସଂକ୍ରମଣ ବଢିବାରେ ଲାଗିଛି। ଯଦି ଏପରି ଚାଲେ, ତେବେ ଓ୍ଵାଶିଂଟନରୁ ଲକଡାଉନ ହଟାଇବା ମଧ୍ୟ ବିଳମ୍ବ ହେବ ବୋଲି ଆମେରିକା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.