Below header

ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ଟ୍ରେନ୍ ଯୋଗେ ଓଡିଶା ଆସିବେ ପ୍ରବାସୀ, ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର; ଟ୍ରେନ୍‌ରେ ଓଡ଼ିଶା ଆସିବେ ପ୍ରବାସୀ । ସୁପ୍ରିମକୋର୍ଟଙ୍କ ରହିତାଦେଶ ପରେ ପ୍ରବାସୀଙ୍କୁ ନେଇ ଓଡ଼ିଶା ଆସିବ ଟ୍ରେନ୍‌ । ଆନ୍ଧ୍ରପ୍ରଦେଶ, ତାମିଲନାଡଉ, ଗୁଜରାଟର ମହମ୍ମଦାବାଦ ଓ ସୁରତରୁ ଟ୍ରେନ୍‌ ଆସିବ । ଆସନ୍ତାକାଲି ଟ୍ରେନ୍‌ ଏହି ସବୁ ରାଜ୍ୟରୁ ବାହାରିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ବସ୍‌ରେ ଆସିବା ପାଇଁ ବ୍ୟବସ୍ଥା ନାହିଁ । ବାହାର ରାଜ୍ୟରେ ଫସିଥିବା ତୀର୍ଥଯାତ୍ରୀ ଚାହିଁଲେ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ବସ୍‌ରେ ଆସିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ନେଗେଟିଭ୍‌ ବାହାରିବା ପରେ ଶ୍ରମିକମାନେ ଆସିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।

ପୂର୍ବରୁ ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ଓଡିଶା ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ କି ପ୍ରବାସୀ ଓ଼ଡିଆଙ୍କ ପ୍ରଥମେ କୋଭିଡ ପରୀକ୍ଷା କରାଯିବ ଓ ପରେ ସେମାନଙ୍କୁ ରାଜ୍ୟ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଆଗନ୍ତୁକ ପ୍ରବାସୀ ମାନଙ୍କ ରିଅଲ ଟାଇମ ପଲିମେରେଜ ଚେନ ରିଆକ୍ସନ ବା RT-PCR ଟେଷ୍ଟ କରିବା ଉପରେ ମଧ୍ୟ କୋର୍ଟ ଜୋର ଦେଇଥିଲେ । ଯିଏ ଯେଉଁ ସ୍ଥାନରେ ଅଛି, ସେହି ସ୍ଥାନରେ ପରୀକ୍ଷା ହେବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ପରୀକ୍ଷା ଖର୍ଚ୍ଚ ବହନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.