ଚୀନକୁ ଲାଗିଲା ବଡ ଝଟକା ! WHO ସ୍ୱୀକାର କଲା, କରୋନା ଭାଇରସ ବ୍ୟାପିବାରେ ବୁହାନର ରହିଛି ବହୁତ ବଡ଼ ଭୂମିକା

କରୋନା ଭାଇରସର ପ୍ରସାର ଏବଂ ଉତ୍ପତିକୁ ନେଇ ସମସ୍ତଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO)। ସେ ଜଣାଇଛି ଯେ କରୋନା ବ୍ୟାପିବାରେ ଚୀନର ବହୁତ ବଡ଼ ଭୂମିକା ରହିଛି। ସେ ଏହା ମଧ୍ୟ ଜଣାଇଛି ଯେ ଚୀନର ବୁହାନ ମାର୍କେଟ କରୋନା ଭାଇରସ ବ୍ୟାପିବାର ବଡ କାରଣ ଅଟେ।

chinnnବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଫୁଡ଼ ସେଫ୍ଟି ଜୁନାଟିକ ଭାଇରସ ଏକ୍ସପର୍ଟ ଡା. ପିଟର ବେନ ଏମ୍ବରେକ ଶୁକ୍ରବାର ଏକ ପ୍ରେସ କନଫେରେନ୍ସରେ ଜଣାଇଛନ୍ତି ଯେ,’ବୁହାନର ୱେଟ ମାର୍କେଟର ହିଁ କରୋନା ବ୍ୟାପିବାର ସବୁଠାରୁ ବଡ ଭୂମିକା ରହିଛି। ଏହା ସ୍ପଷ୍ଟ ହୋଇଛି କିନ୍ତୁ କଣ ସବୁ ଭୂମିକା ରହିଛି ତାହା ଜାଣିବାକୁ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି।’

chinaକିନ୍ତୁ ପିଟର ଚୀନ ଉପରେ ଆମେରିକା ଲଗାଉଥିବେ ଆରୋପ ଉପରେ କୌଣସି ଉତ୍ତର ଦେଇନାହାନ୍ତି। ସେ କହିଛନ୍ତି ଯେମିତୁ ଏହା ଜାଣିବାକୁ ବର୍ଷେ ସମୟ ଲାଗିଥିଲା ଯେ ମର୍ସ ଭାଇରସ କେଉଁଠୁ ଆସିଛି ଠିକ ସେହିପରି କରୋନା ମାମଲା ବିଷୟରେ ଜାଣିବାକୁ ଏବେ ବି ବିଳମ୍ବ ହୋଇନାହିଁ। ଏବେ ଆମ ପାଇଁ ସବୁଠାରୁ ଅଧିକ ଜରୁରୀ ଅଟେ ଏହି ଭାଇରସର ପ୍ରସାରକୁ ରୋକିବା।

ସେପଟେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ପୁଣି ଥରେ ଏହା ଦୋହରାଇ କହିଛନ୍ତି ପ୍ରମାଣ ଅଛି ଯେ ଚୀନର ବୁହାନ ମାର୍କେଟରୁ ହିଁ ଏହି ଭାଇରସ ବ୍ୟାପିଛି। ଶୁକ୍ରବାର ବୈଦେଶିକ ମନ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଯେ ଚୀନ ପୂରା ଦୁନିଆକୁ କରୋନା ଡାଟା ଲୁଚାଇଛି।

chinnଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ମଧ୍ୟ ଶୁକ୍ରବାର କହିଛନ୍ତି ସେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନକୁ ନେଇ ବହୁତ ଜଲ୍ଦି ବଡ ଘୋଷଣା କରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ଟ୍ରମ୍ପ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନକୁ ଚୀନର କାଠ କଣ୍ଢେଇ ବୋଲି ଆରୋପ ଲଗାଇଥିଲେ ଏବଂ ବହୁତ ଆଗରୁ ହିଁ whoକୁ ଫଣ୍ଡ ବନ୍ଦ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.