Below header

ବ୍ରିଟେନରେ ମାତ୍ର ୬ ସପ୍ତାହର ଶିଶୁର ଜୀବନ ନେଲା କରୋନା, ବଢିଚାଲିଛି ମୃତ୍ୟୁସଂଖ୍ୟା

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି। ଏପରି ସ୍ଥଳେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଏବେ ଛୋଟ ଶିଶୁମାନଙ୍କୁ ନିଜ କବ୍ଜାରେ କରିଛି କରୋନା। ଖବର ମୁତାବକ, ବ୍ରିଟେନରେ ମାତ୍ର ୬ ସପ୍ତାହର ଶିଶୁ କରୋନା ଯୋଗୁଁ ମୃତ୍ୟୁବରଣ କରିଛି। ବ୍ରିଟେନରେ ବର୍ତ୍ତନା କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଉର୍ଦ୍ଧ୍ୱ ରହିଥିବା ବେଳେ ଏପର୍ଯ୍ୟନ୍ତ ୩୧ ହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଗତ ୨୪ ଘଣ୍ଟାରେ ଇଂଲଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଏହି ଶିଶୁ ସର୍ବକନିଷ୍ଠ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ କରୋନାକୁ ହରାଇ ସୁସ୍ଥ ହୋଇ ମେଡିକାଲରୁ ଫେରିଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏକ ସପ୍ତାହ ଆରାମ କରିବା ପରେ ପୁଣିଥରେ ଅଫିସ ଯାଇ କାମ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.