ମୃତ୍ୟୁଦଣ୍ଡ ପାଇଥିବା ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର
ଗତବର୍ଷ କତାରର ଏକ କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଭାରତୀୟ କୂଟନୈତିଜ୍ଞମାନେ ଏଥିରେ ହସ୍ତକ୍ଷେପ କରିଥିଲେ। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ମୃତ୍ୟ ଦଣ୍ଡାଦେଶକୁ ପ୍ରଥମେ କୋହଳ କରାଯାଇଥିଲା । ଦୀର୍ଘ ୧୮ ମାସ ଧରି କତାର ଜେଲରେ ରହିବା ପରେ ଶେଷରେ ଭାରତକୁ ଫେରିଛନ୍ତି ।

ମୃତ୍ୟୁଦଣ୍ଡ ପାଇଥିବା ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କଲା କତାର । ଏମାନଙ୍କୁ ଗୁଇନ୍ଦା ସନ୍ଦେହ କରି ମୃତ୍ୟୁଦଣ୍ଡ ଶୁଣାଯାଇଥିଲା । ଗତବର୍ଷ କତାରରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କୁ ଅକ୍ଟୋବର ୨୭ ତାରିଖରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ କତାରର ଏକ କୋର୍ଟ । ଏହି ଖବର ଜଣାପଡ଼ିବା ପରେ ସେମାନଙ୍କ ଦଣ୍ଡାଦେଶ ବିରୋଧରେ ଭାରତ ସରକାର ଆବେଦନ କରିଥିଲେ।
“Wouldn’t have been possible…”: Freed Navy vets chant ‘Bharat Mata Ki Jai’, praise PM Modi on return from Qatar
Read @ANI Story | https://t.co/iHX8v7V00r#India #Qatar #IndianNavy pic.twitter.com/CV7SAyOfdT
— ANI Digital (@ani_digital) February 12, 2024
ମୁକ୍ତ ନୌସେନା ଅଧିକାରୀ ହେଲେ ଅବସରପ୍ରାପ୍ତ କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ନଭତେଜ ସିଂ ଗିଲ, କମାଣ୍ଡର ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁଣାକର ପାକଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ, କ୍ୟାପେଟନ ସୌରଭ ବଶିଷ୍ଠ ଓ ରାଜେଶ ଗୋପକୁମାର । ଡାହ୍ରା ଗ୍ଲୋବାଲ ଟେକ୍ନୋଲୋଜି ଆଣ୍ଡ କନସଲଟାନସୀ ସର୍ଭିସେସ କାମ କରୁଥିବା ଭାରତୀୟ ନୌସେନାର ଏହି ଅବସରପ୍ରାପ୍ତ ଅଧିକାରୀମାନେ କତାରରେ ୫ ବର୍ଷ ହେଲା ରହିଥିଲେ । ସେମାନେ ଅଗଷ୍ଟରୁ କତାର ଜେଲରେ ରହିବା ପରେ ଏ ଉପରେ ଏକ କୋର୍ଟ ବିଚାର କରିଥିଲେ।
Freed by Qatar, ex-Indian Navy personnel on their return home laud PM Modi’s ‘personal intervention’
Read @ANI Story | https://t.co/G3imiioC8p#IndianNavy #PMModi #Qatar #NavyPersonnel #IndiaQatarTies pic.twitter.com/kfBhJ0TB25
— ANI Digital (@ani_digital) February 12, 2024
ଗତବର୍ଷ କତାରର ଏକ କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଭାରତୀୟ କୂଟନୈତିଜ୍ଞମାନେ ଏଥିରେ ହସ୍ତକ୍ଷେପ କରିଥିଲେ। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ମୃତ୍ୟ ଦଣ୍ଡାଦେଶକୁ ପ୍ରଥମେ କୋହଳ କରାଯାଇଥିଲା । ଦୀର୍ଘ ୧୮ ମାସ ଧରି କତାର ଜେଲରେ ରହିବା ପରେ ଶେଷରେ ଭାରତକୁ ଫେରିଛନ୍ତି । ଭାରତ ଫେରିବା ପରେ ମୁକ୍ତ ନୌସେନା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବନ୍ଦୀ ନୌସେନା ଅଧିକାରୀଙ୍କୁ ମକ୍ତି ପାଇଁ ନେଇଥିବା ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ।