Below header

କଳିଯୁଗରେ ରାମଙ୍କୁ ଆକ୍ରମଣ କଲେ ରାବଣ, ଭିଡିଓ ଦେଖିଲେ ଆପଣ ବି ହସି ହସି ହେବେ ବେଦମ୍‌

ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ପତ୍ନୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ଲଙ୍ଘି ଲଙ୍କା ଯାଇଥିଲେ। ସେଠାରେ ଲଙ୍କାପତି ରାବଣକୁ ବୁଦ୍ଧି ବଳରେ ବଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ। ଏହି ଦିନକୁ ମନେ ପକାଇବା ପାଇଁ ଆଜି ବି ରାବଣପୋଡ଼ି ଉତ୍ସବ ବିଭିନ୍ନ ସ୍ଥାନରେ ବିଜୟା ଦଶମୀ ଅବସରରେ ପାଳନ କରାଯାଉଛି।

ଏହାସହ ପଢ଼ନ୍ତୁ: ବିଜୟା ଦଶମୀରେ ଶରବିଦ୍ଧ ହେବ ରାବଣ, ଜାଣନ୍ତୁ କେଉଁଠି କିଭଳି ତିଆରି ହୋଇଛି ପୁତ୍ତଳିକା

ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଦଶହରାରେ ବିଭିନ୍ନ ସ୍ଥାନରେ ରାବଣର ପୁତ୍ତଳିକା ନିର୍ମାଣ କରାଯାଇଥାଏ। ଯାହାକୁ କେହି ବିଶିଷ୍ଟ ବ୍ୟକ୍ତି କିମ୍ବା ସ୍ଥାନୀୟ ଲୋକେ ରାମ ବେଶରେ ସଜ୍ଜିତ ହୋଇ ଅଗ୍ନି ସଂଯୋଗ କରିଥାନ୍ତି। ନିକଟରେ ରାବଣପୋଡ଼ି ସରିଥିବା ବେଳେ ଏବେ ସୋସିଆଲ ମିଡିଆରେ ସେ ସମ୍ବନ୍ଧୀୟ ଏକ ଭିଡିଓ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍‌ ହେବେ।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ରାମ ବେଶ ଧାରଣ କରି ରାବଣର ପୁତ୍ତଳିକାକୁ ଶରରେ ଅଗ୍ନି ସଂଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସେ ବିଫଳ ହେବା ପରେ ଆଉ ଜଣେ ଅଗ୍ନି ସଂଯୋଗ କରିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି। ତେବେ ମଜାକଥା ହେଉଛି ଅଗ୍ନି ସଂଯୋଗ ପରେ ରାବଣ ପୁତ୍ତଳିକାରୁ ଶତାଧିକ ବାଣ ଲୋକଙ୍କ ଆଡ଼କୁ ଆସୁଛି। ଆଉ ଭିଡ଼ ଭିତରେ ଲୋକଙ୍କ ସମେତ ରାମ ବେଶଧାରୀ ଯୁବକ ପଛକୁ ନ ଅନେଇ ଆଗକୁ ସିଧା ସିଧା ପ୍ରାଣମୂର୍ଚ୍ଛା ଦୌଡ଼ୁଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆ ୟୁଜର ଖୁବ୍‌ ପସନ୍ଦ କରିବା ସହ ଲକ୍ଷାଧିକ ସେୟାର କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.