Below header

ମୟୂରଭଞ୍ଜ: କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ ଗିରଫ

ମୟୂରଭଞ୍ଜ(କେନ୍ୟୁଜ୍):  କପ୍ତିପଦାରେ ଗୁଣିଗାରେଡ଼ି ସନ୍ଦେହରେ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି କପ୍ତିପଦା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଉପଖଣ୍ଡ ପୋଲିସ ଅଧିକାରୀ ସ୍ୱପ୍ନରଞ୍ଜନ ମହାପାତ୍ର ଏବଂ ଆଇଆଇସି ରୀନା ବେହେରା ମିଳିତ ଚଢାଉକରିଥିଲେ । ବିଦ୍ୟାଧରନଗରରେ ଥିବା ତାଙ୍କ ଭାଇ ଘରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲା ମହୁଲପଙ୍ଖା ଗାଁର ଦିବାକର ସିଂ। ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି। ଗତ ୬ତାରିଖ ଦିନ ଛତ୍ରାଆମ୍ବ ଗାଁକୁ ସୀତାରାମ ସିଂ ଓ ତାଙ୍କ ପତ୍ନୀ ଲେତ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିଲେ । ଏହାପରେ ଆଉ ଘରକୁ ଫେରିନଥିଲେ । ପରଦିନ ଘର ନିକଟ ବିଲରେ ରକ୍ତ ଛିଟା ଓ କିଛି ସାମଗ୍ରୀ ପଡ଼ିଥିବାରୁ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ । ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଡ୍ୟାମରେ ଖୋଜାଖୋଜି କରିଥିଲେ ମଧ୍ୟ ମୃତଦେହ ଉଦ୍ଧାର ହୋଇପାରିନଥିଲା । ଗତକାଲି ୭ଜଣିଆ ଓଡ୍ରାଫ ଟିମ୍‌ ଗଳିତ ମୃତଦେହ ଉଦ୍ଧାର କରିବା ପରେ ଡବଲ ମର୍ଡରର ପର୍ଦ୍ଦାଫାସ ହୋଇଛି ।ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.