ପିଓକେର ଶାରଦା ପୀଠରେ ୭୨ ବର୍ଷ ପରେ ଜଳିଲା ଦୀପ, ହଙ୍ଗକଙ୍ଗ୍‌ରୁ ଆସି ଦମ୍ପତି କଲେ ପୂଜାର୍ଚ୍ଚନା

ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଥିବା ପ୍ରାଚୀନ ହିନ୍ଦୁ ମନ୍ଦିର ଏବଂ ସାଂସ୍କୃତିକ ସ୍ଥଳ ଶାରଦା ପୀଠରେ ୭୨ ବର୍ଷ ପରେ ପୂଜା ହୋଇଛି। ହଙ୍ଗକଙ୍ଗ୍‌ର ଜଣେ ହିନ୍ଦୁ ଦମ୍ପତି ଏହି ପୂଜା କରିଛନ୍ତି। ପୂଜା ପାଇଁ ସେଭ୍ ଶାରଦା କମିଟି ଏବଂ ପିଓକେର ଲୋକେ ସହଯୋଗ କରିଥିଲେ। ପାକିସ୍ତାନ ସରକାର ନିକଟରେ ଏହି ମନ୍ଦିର ପାଇଁ ରାସ୍ତା ଖୋଳିଛନ୍ତି।

ହଙ୍ଗକଙ୍ଗ୍‌ରେ ରହୁଥିବା ପି.ଟି. ଭେଙ୍କଟରମଣ ଏବଂ ତାଙ୍କ ସ୍ତ୍ରୀ ସୁଜାତାଙ୍କୁ ପିଓକେରେ ଶାରଦା ପୀଠ ପାଇଁ ଭିସା ମିଳିଥିଲା। ଦୁର୍ଗାଷ୍ଟମୀ ଦିନ ଦମ୍ପତି ସେଠାରେ ପହଞ୍ଚିଥିଲେ ଏବଂ ବିଧିବଦ୍ଧ ଭାବେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ସେମାନେ ହଙ୍ଗକଙ୍ଗ୍‌ରୁ ହିଁ ମା’ ଶାରଦା ଏବଂ ସ୍ୱାମୀ ନନ୍ଦଲାଲ ଜୀଙ୍କ ଫଟୋ ସାଙ୍ଗରେ ଧରି ଆସିଥିଲେ।

mandir

ଏହାସହ ପଢ଼ନ୍ତୁ: ମାଟି ତଳୁ ବାହାରିଲା ୫,୦୦୦ ବର୍ଷର ପୁରାତନ ସହର!

ଦମ୍ପତି ଆସିବା ପୂର୍ବରୁ ପିଓକେର ଲୋକମାନେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ବିରୋଧରେ ନିୟନ୍ତ୍ରଣ ରେଖା ନିକଟରେ ଅଭିଯାନ କରିଥିଲେ। ତେବେ ଭାରତୀୟ ଅଧିକାରୀମାନେ ପିଓକେର ସିଭିଲ୍ ସୋସାଇଟିଠାରେ ଭେଙ୍କଟରମଣ ଦମ୍ପତିଙ୍କୁ ସୁରକ୍ଷା ଦେବା ପାଇଁ ଅପିଲ କରିଥିଲେ। ପୂଜା ପରେ ଏହି ଦମ୍ପତି ସାଥୀରେ ଆଣିଥିବା ଫଟୋକୁ ସିଭିଲ୍ ସୋସାଇଟି ଲୋକଙ୍କୁ ଦେଇ ଦେଇଥିଲେ। କାରଣ, ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତିକୁ ଏଡ଼ାଇବା ଲାଗି ସେମାନେ ଏହାକୁ ପବିତ୍ର ସ୍ଥାନରେ ସ୍ଥାପନ କରିପାରିବେ।

Leave A Reply

Your email address will not be published.