୭୦ ବର୍ଷ ପରେ ଫିଲ୍ମ ଷ୍ଟାଇଲରେ ଘରକୁ ଫେରିଲେ ବ୍ୟକ୍ତି, ପରିବାର ଲୋକଙ୍କ ଆଖିରେ ଭରିଗଲା ଲୁହ

ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଟୋଲାଡୁଡିର ବାସିନ୍ଦା ଗୁଦରିଙ୍କ ପୁତ୍ର ରାମଲଖନ ମାତ୍ର ୧୧ ବର୍ଷ ବୟସରେ ଘରୁ କେଉଁଆଡେ ଚାଲିଯାଇଥିଲେ । ପ୍ରାୟ ୭୦ ବର୍ଷ ପରେ ଗତକାଲି ସେ ଫିଲ୍ମ ଷ୍ଟାଇଲରେ ନିଜ ଜନ୍ମଭୂମିକୁ ଫେରିଛନ୍ତି । ସେ ଫେରିଥିବାର ଦେଖି ପୁରା ଗାଁ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଗ୍ରାମରେ ପହଂଚି ସେ ଯେତେବେଳେ ନିଜଭାଇ ରାମବିଳାସର ନାମ କହିଥିଲେ ପୁରା ପରିବାରର ଆଖି ଲୁହରେ ଭାରି ଯାଇଥିଲା ।

ରାମଲଖନଙ୍କୁ ଦେଖିବା ପାଇଁ ଗ୍ରାମର ପ୍ରାୟ ସବୁଲୋକ ଉଠି ଆସିଥିଲେ । ଗ୍ରାମର କିଛି ବୃଦ୍ଧ ତାଙ୍କୁ ଦେଖିବା ପରେ ଓ ତାଙ୍କ ସହ କଥାବାର୍ତ୍ତା ହେବାପରେ ଭାବବିହ୍ୱଳ ହୋଇପଡିଥିଲେ । ତାଙ୍କ ଭାଇ ରାମବିଳାଶଙ୍କ ପତ୍ନୀ ଅନିତା କହିଥିଲେ ଯେ ସେ ଏତେବର୍ଷ ପରେ ଘରକୁ ଫେରିଛନ୍ତି ତ ତାଙ୍କର ଦେଖାଶୁଣା ଏବେ ଆମେ କରିବୁ । ବର୍ତ୍ତମାନ ରାମଲଖନଙ୍କ ବୟସ ୮୦ ରୁ ଉର୍ଦ୍ଧ୍ୱ ହୋଇଯାଇଛି । ଦୀର୍ଘବର୍ଷ ଧରି ଆସାମର ସିଲିଗୁଡିରେ ପେପର ବିକୁଥିଲେ ଏବଂ ତାଙ୍କର କେହି ସ୍ତ୍ରୀ ପିଲା ନାହାନ୍ତି ବୋଲି ରାମଲଖନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.