Below header

ରାଫେଲ ଚୁକ୍ତି ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ରାଫେଲ ଚୁକ୍ତିକୁ ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । କେନ୍ଦ୍ର ସରକାର ରାଫେଲ ଚୁକ୍ତି ମୂଲ୍ୟ ନେଇ ଯେଉଁ ବନ୍ଦ ଲଫାପା ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି, ତାହାର ଯାଞ୍ଚ କରିବେ କୋର୍ଟ । ଗତ ସୋମବାର ସୁପ୍ରିମକୋର୍ଟରେ କାଗଜପତ୍ର ଦାଖଲ ହୋଇଥିଲା। ୨୦୧୩ରେ ନିର୍ଦ୍ଧାରିତ ହୋଇଥିବା ପ୍ରକ୍ରିୟାର ପାଳନ ଅନୁସାରେ ଚୁକ୍ତି ହୋଇଥିବା ଦସ୍ତାବିଜ୍‌ରେ କୁହାଯାଇଛି। ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ ମନ୍ତ୍ରିମଣ୍ଡଳ ସୁରକ୍ଷା ସମିତିଠାରୁ ମଞ୍ଜୁରୀ ନିଆଯାଇଥିଲା ବୋଲି ଦସ୍ତାବିଜ୍‌ରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.