ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ କ୍ଷମା ମାଗିଲେ ୩ ପୋଲିସ କର୍ମଚାରୀ, ଅଢ଼େଇ ମାସ ପରେ ଆନ୍ଦୋଳନ ପ୍ରତ୍ୟାହୃତ

କଟକ(କେନ୍ଯୁଜ୍) : କଟକରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ହାଇକୋର୍ଟରେ ଶୁଣାଣି । କୋର୍ଟରେ ତିନି ଜଣ ପୋଲିସ କର୍ମଚାରୀ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ତିନି ଜଣ ଆକ୍ରମଣ ଘଟଣାରେ ଜଡ଼ିତ ଥିଲେ । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଆଡଭୋକେଟ ପ୍ରୋଟେକ୍ସନ ଆକ୍ଟ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ମରା ଘଟଣାରେ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

କାଲି ଠାରୁ କାମରେ ଯୋଗ ଦେବେ

ଅଢ଼େଇ ମାସ ଧରି ଚାଲିଛି ଆନ୍ଦୋଳନ । ନିଜ ନିଜ ଜିଦରେ ଅଟଳ ଥିଲେ ଉଭୟ ପକ୍ଷ । ତେଣୁ ସମସ୍ୟାର ସମାଧାନ ହୋଇ ପାରୁନଥିଲା । ଶେଷକୁ ହାଇକୋର୍ଟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଆଜିର କ୍ଷମା ପ୍ରାର୍ଥନା ପରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଶ୍ରୀକାନ୍ତ ନାୟକ ପ୍ରେସମିଟ୍ କରି ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି । ତିନି ପୋଲିସ୍ କର୍ମଚାରୀ ନିଃସର୍ତ୍ତ କ୍ଷମା ମାଗିବା ପରେ ବାର ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.