Below header

କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର, ଖୋଲାଅଛି ପ୍ରେମର ଦୋକାନ : ରାହୁଲ ଗାନ୍ଧି

କର୍ଣ୍ଣାଟକ ବିଜୟ ଜନତା ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି, ପ୍ରେମର ଦୋକାନ ଖୋଲାଅଛି ବୋଲି କହିଛନ୍ତି ରାହୁଲ ଗାନ୍ଧି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଦେଖିବାକୁ ମିଳିଛି । କଂଗ୍ରେସକୁ ବିଜୟ ମିଳିବା ପରେ ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି । ବିଜୟକୁ ନେଇ ରାହୁଲ ଖୁସି ରହିଥିବା ବେଳେ ଏହାର ଶ୍ରେୟ କର୍ଣ୍ଣାଟକ ଜନତା ଏବଂ ଦଳର କାର୍ଯ୍ୟକର୍ତ୍ତାକୁ ଦେଇଛନ୍ତି ।

ରାହୁଲ ଟ୍ଵିଟ୍‌ କରିଛନ୍ତି, କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇଯାଇଛି, ପ୍ରେମର ଦୋକାନ ଖୋଲାଅଛି । ପ୍ରଥମେ ଏହା କର୍ଣ୍ଣାଟକର ଲୋକଙ୍କ ବିଜୟ। ନିର୍ବାଚନ ବେଳେ ମୁଁ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୫ଟି ପ୍ରତିଶ୍ରୁତି ଦେଇଥିଲୁ। ତେବେ ପ୍ରଥମ କ୍ୟାବିନେଟରେ ପ୍ରଥମ ଦିନରେ ୫ ଟି ପ୍ରତିଶ୍ରୁତି ପୂରଣ କରିବ କଂଗ୍ରେସ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ବିଜେପି ସରକାର ଏହାର କାର୍ଯ୍ୟକାଳରେ ଅନେକ ଖରାପ କାମ କରିଛି ସେଥିପାଇଁ କର୍ଣ୍ଣାଟକର ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏତେ ପ୍ରଚାର ପରେ ମଧ୍ୟ ଲୋକମାନେ କଂଗ୍ରେସକୁ ଭୋଟ୍ ଦେଇଛନ୍ତି। ଲୋକମାନେ ଆମର ପାଞ୍ଚଟି ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିଛନ୍ତି।

ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ ନମ୍ବର ୧୧୩ ଥିବା ବେଳେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୯୩ଟି ଆସନରେ ଜିତି ସାରିଲାଣି। ସେହିପରି ଦଳ ଆଉ ୪୫ଟି ଆସନରେ ଲିଡ୍ କରୁଛି। ବିଜେପି ୩୬ଟି ଆସନରେ ଜିତିଛି ୨୬ଟି ଆସନରେ ଆଗରେ ରହିଛି। କଂଗ୍ରେସ ବିଜୟ ଆଡ଼କୁ ଯାଉଥିବା ବେଳେ ଦିଲ୍ଲୀ ମୁଖ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.