Below header

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ, ଗଠନ କରିବ ସରକାର, ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋମାଇ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ଲାଭ କରିଛି କଂଗ୍ରେସ। କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ହୋଇଥବା ବେଳେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ତର୍ଜ୍ଜମା ଆରମ୍ଭ ହୋଇଛି । ସିଦ୍ଧରାମାଇଆ କିମ୍ବା ଡି.କେ ଶିଭକୁମାର କାହା ମୁଣ୍ଡରେ ରହିବ ମୁଖ୍ୟମନ୍ତ୍ରୀ ମୁକୁଟ ସମସ୍ତଙ୍କ ଆଖି ରହିଛି ତାହା ଉପରେ ।

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ଲାଭ କରିଛି କଂଗ୍ରେସ। କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ହୋଇଥବା ବେଳେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ତର୍ଜ୍ଜମା ଆରମ୍ଭ ହୋଇଛି । ସିଦ୍ଧରାମାଇଆ କିମ୍ବା ଡି.କେ ଶିଭକୁମାର କାହା ମୁଣ୍ଡରେ ରହିବ ମୁଖ୍ୟମନ୍ତ୍ରୀ ମୁକୁଟ ସମସ୍ତଙ୍କ ଆଖି ରହିଛି ତାହା ଉପରେ ।

ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବାସବରାଜ ବୋମାଇ ।  ବିଜେପି ମୋଟ ୬୪ ଟି ଆସନରେ ସନ୍ତୁଷ୍ଟ ହୋଇଥିବା ବେଳେ ଜେଡି(ଏସ୍‌) କୁ ୨୦ ଟି ଆସନ ଓ ଅନ୍ୟାନ୍ୟ ଦଳକୁ ୪ ଟି ଆସନ ମିଳିଛି । କଂଗ୍ରେସ ୧୩୬ ଟି ଆସନ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବା ପାଇଁ ଦାବିଦାର ହୋଇଛି ।

ଦଳର ବିଜୟ ପାଇଁ କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାର ଓ ବରିଷ୍ଠ ନେତା ସିଦ୍ଧରମୈୟା ମଧ୍ୟରେ ସମନ୍ଵୟକୁ ଶ୍ରେୟ ଦେଇଛନ୍ତି ରାଜନୈତିକ ବିଶେଷଜ୍ଞ। ଏହା ସହ ନିର୍ବାଚନୀ ଇସ୍ତାହାରରେ କଂଗ୍ରେସର ୫ ପ୍ରତିଶ୍ରୁତି ମଧ୍ୟ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି।

ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ହଜାର ଟଙ୍କା, ମହିଳାଙ୍କୁ ବସ୍‌ରେ ମାଗଣା ଯାତ୍ରା, ଚାକିରୀ ପାଇନଥିବା ଯୁବକଙ୍କୁ ବେକାରୀ ଭତ୍ତା ଓ ପ୍ରତିଘରକୁ ୧୦ କିଲୋ ଚାଉଳ ଏବଂ ୨ଶହ ୟୁନିଟ ମାଗଣାରେ ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ।

ଟିକେଟ ବଣ୍ଟନକୁ ନେଇ ବିଜେପିରେ ଅସନ୍ତୋଷ ଓ କିଛି ବରିଷ୍ଠ ନେତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲା। ଲିଙ୍ଗାୟତ ସଂପ୍ରଦାୟ ଭୋଟ ମଧ୍ୟ କଂଗ୍ରେସ ପକ୍ଷକୁ କିଛି ଚାଲିଆସିଥିଲା। ସଂଖ୍ୟାଲଘୁଙ୍କ କୋଟା ବଢାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ମଧ୍ୟ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଥିଲା।

କ୍ୟାମ୍ପେନର ଶେଷ ଦିନରେ ସିଟି ବସରେ ଯାତ୍ରା କରିବା ଲୋକଙ୍କ ସହ ମିଶିଥିଲେ। କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳ ଓ ପିଏଫଆଇକୁ ନିଷିଦ୍ଧ କରିବାକୁ ଘୋଷଣା କରିଥିଲା। ଏହାକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଥିବା ବେଳେ ଏହାର ପ୍ରଭାବ କିନ୍ତୁ ଦେଖିବାକୁ ମିଳିନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.